Categories: ଖେଳ

ମୁଣ୍ଡରେ ବୋତଲ ବାଜି ଜୋକୋଭିଚ୍‌ ଆହତ

ରୋମ୍‌,୧୧ା୫: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଟେନିସ୍‌ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ମୁଣ୍ଡରେ ବୋତଲ ବାଜି ଆହତ ହୋଇଛନ୍ତି। ଇଟାଲିଆନ୍‌ ଓପନର ମ୍ୟାଚ୍‌ ପରେ ଏହି ଘଟଣା ଘଟିଥିଲା। ଜଣେ ଫ୍ୟାନ୍‌ଙ୍କୁ ଅଟୋଗ୍ରାଫ ଦେଉଥିବା ବେଳେ ସେ ଆହତ ହୋଇଥିଲେ।

ଟାଇଟଲ ଜିତିବା ପରେ ପ୍ରଥମ ଧାଡିରେ ବସିଥିବା ଜଣେ ଫ୍ୟାନ୍‌ ଅଟୋଗ୍ରାଫ ମାଗିଥିଲେ। ଅଟୋଗ୍ରାଫ ପାଇଁ ଫ୍ୟାନ୍‌ ଜଣଙ୍କ ଜୋକୋଭିଚ୍‌ଙ୍କ ହାତକୁ ନୋଟ୍‌ବୁକ୍‌ ବଢାଉଥିବା ବେଳେ ତାଙ୍କ ବ୍ୟାକ୍‌ପ୍ୟାକରେ ଥିବା ଏକ ଆଲୁମିନିୟମ ପାଣି ବୋତଲ ଜୋକୋଭିଚ୍‌ଙ୍କ ମୁଣ୍ଡରେ ପଡିଥିଲା। ଜୋକୋଭିଚ୍‌ ମୁଣ୍ଡ ଉପରେ ପାଣି ବୋତଲ ପଡିଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିଲେ। ସେ ତଳେ ପଡି ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ଲକର ରୁମ୍‌କୁ ନେଇଥିଲେ।

ପରେ ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରିବା ସହ ସେ ସୁସ୍ଥ ଥିବା କହିଛନ୍ତି ଜୋକୋଭିଚ୍‌। ବିଭିନ୍ନ ସୋସିଆଲ୍‌ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ସେ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏବେ ସୁସ୍ଥ ଥିବା ବେଳେ ହୋଟେଲ ରୁମ୍‌ରେ ବିଶ୍ରାମ ନେଉଥିବା ପ୍ରକାଶ କରିଛନ୍ତି। ମୁଣ୍ଡରେ ସାମାନ୍ୟ ଫୁଲା ରହିଥିବା ବେଳେ ସେ ଆଇସ୍‌ ପ୍ୟାକ ଲଗାଉଥିବା ପ୍ରକାଶ କରିଥିଲେ।

ସାଧାରଣତଃ ମ୍ୟାଚ୍‌ ପରେ ପ୍ରେସ୍‌ କନଫରେନ୍ସରେ ଭାଗ ନେଉଥିବା ଜୋକୋଭିଚ୍‌ ସିଧା ଡାକ୍ତରଙ୍କୁ ଭେଟିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ରବିବାର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ। ଫ୍ରେଞ୍ଚ କ୍ୱାଲିଫାୟର କୋରେଣ୍ଟିନ୍‌ ମୌଟେଟଙ୍କୁ ଉଦ୍‌ଘାଟନୀ ମ୍ୟାଚ୍‌ରେ ୬-୩, ୬-୧ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। ୩୬ ବର୍ଷୀୟ ଜୋକୋଭିଚ୍‌ ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି।

 

Share