Posted inଖେଳ

ଜୋକୋଭିଚ୍‌ଙ୍କୁ ୭ମ ଓ୍ବିମ୍ବେଲଡନ ଟାଇଟଲ

ଓ୍ବିମ୍ବେଲଡନ, ୧୧ା୭: ଓ୍ବମ୍ବେଲଡନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଛନ୍ତି ସର୍ବୀୟ ଟେନିସ୍‌ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଫାଇନାଲରେ ସେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଓସ୍‌ଙ୍କୁ ୪-୬, ୬-୩, ୬-୪, ୭-୬ (୩) ସେଟ୍‌ରେ ହରାଇ ଦେଇଛନ୍ତି। ଫଳରେ ସେ ଅଲ୍‌ ଇଂଲଣ୍ଡ କ୍ଲବରେ କ୍ରମାଗତ ୪ର୍ଥ ଓ ମୋଟ୍‌ ଉପରେ ୭ମ ଟାଇଟଲ ଜିତିଛନ୍ତି। ଟପ୍‌ ସିଡ୍‌ ଜୋକୋଭିଚ୍‌ଙ୍କର ଆହୁରି ମଧ୍ୟ ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ କ୍ରମାଗତ ୨୮ ମ୍ୟାଚ୍‌ ବିଜୟ। ତାଙ୍କର ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ବର୍ତ୍ତମାନ ୨୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ପୁରୁଷ ଟେନିସ୍‌ ଇତିହାସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜୟୀ ରାଫାଲ ନାଡାଲଙ୍କଠାରୁ ଗୋଟିଏ ଟାଇଟଲ ପଛରେ ରହିଛନ୍ତି। ପୂର୍ବରୁ ଜୋକୋଭିଚ୍‌ ଓ ରୋଜର ଫେଡେରରଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ସମାନ ୨୦ ରହିଥିଲା। ପ୍ରଫେସନାଲ ଯୁଗରେ ପୁରୁଷଙ୍କ ମଧ୍ୟରେ ଜୋକୋଭିଚ୍‌ଙ୍କଠାରୁ କେବଳ ଫେଡେରର ଓ୍ବିମ୍ବେଲଡନରେ ସର୍ବାଧିକ ୮ଥର ଟାଇଟଲ ଜିତିଛନ୍ତି। ୨୦୦୧ରେ ଗୋରାନ ଇଭାନିସେଭିଚ୍‌ଙ୍କ ପରେ ପ୍ରଥମ ଅଣସିଡ୍‌ ଖେଳାଳି ହିସାବରେ ଓ୍ବିମ୍ବେଲଡନ ପୁରୁଷ ଚାମ୍ପିୟନ ହେବା ଲାଗି ୪୦ତମ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ କିର୍ଗିଓ ପ୍ରଚେଷ୍ଟା କରିଥିଲେ। ଘଟଣାକ୍ରମେ ଇଭାନିସେଭିଚ୍‌ ବର୍ତ୍ତମାନ ଜୋକୋଭିଚ୍‌ଙ୍କ କୋଚ୍‌ ରହିଛନ୍ତି। ସେଣ୍ଟର କୋର୍ଟର ଗେଷ୍ଟ ବକ୍ସରେ ସେ ମ୍ୟାଚ୍‌ ଉପଭୋଗ କରୁଥିଲେ। ୨୭ ବର୍ଷୀୟ କିର୍ଗିଓସ ପୂର୍ବରୁ ୨୯ ଗ୍ରାଣ୍ଡସ୍ଲାମରେ ଭାଗ ନେଇ ଥରେ ହେଲେ କ୍ୱାର୍ଟର ଫାଇନାଲ ଅତିକ୍ରମ କରିପାରି ନ ଥିଲେ। ରବିବାର କିନ୍ତୁ ତାଙ୍କ ଖେଳିବା ଷ୍ଟାଇଲ ଦୃଷ୍ଟି ଆକର୍ଷଣକାରୀ ଥିଲା। ସେ ତାଙ୍କ ଦୁଇ ଗୋଡ଼ ମଧ୍ୟ ଦେଇ ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ। ଘଣ୍ଟା ପ୍ରତି ୧୩୬ ମାଇଲ ବେଗରେ ସର୍ଭିସ୍‌ କରିଥିଲେ। ସେ ଏକ ଅଣ୍ଡରଆର୍ମ ସର୍ଭିସ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବି ଶାସ୍ତ୍ରୀଙ୍କ ଚେତାବନୀ, କହିଲେ ‘ନିଜ ସାମ୍ରାଜ୍ୟକୁ ଫେରିଛନ୍ତି ରାଜା’

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ ସମର୍ଥନ...

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ...

ଏବେ ଏହି ଦେଶ ପାଇଁ କାମ କରିବେ ସାନିଆ ମିର୍ଜା

ନୂଆଦିଲ୍ଲୀ,୧୪।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଖେଳରୁ ଅବସର ନେଇଛନ୍ତି। କିନ୍ତୁ ତଥାପି ସେ ସକ୍ରିୟ ଅଛନ୍ତି। ନିକଟରେ ସାନିଆଙ୍କୁ ଦୁବାଇରେ ଏକ ଗୁରୁତ୍ୱପୂର୍ଣ୍ଣ...

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ...

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

ଅନ୍ୟ ଦେଶ ପାଇଁ ଖେଳିବେ ଶିଖର ଧାଓ୍ବନ୍‌! ପୁଣି ମଇଦାନ ବର୍ଷିବ ଚୌକା-ଛକା

ନୂଆଦିଲ୍ଲୀ,୧୪।୧୧: କ୍ରିକେଟ ଛାଡିବାକୁ ଗବର୍‌ ଅର୍ଥାତ୍‌ ଶିଖର ଧାୱନଙ୍କର ଇଚ୍ଛା ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ,...

ତିଳକ ବର୍ମାଙ୍କ ଆଇପିଏଲ୍‌ ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୪।୧୧:ଅଗଷ୍ଟ ୨୦୨୩ରେ ତିଲକ ବର୍ମା ଭାରତ ପାଇଁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଡେବ୍ୟୁ କରିବାର ଏକ ବର୍ଷ ପରେ ମଧ୍ୟ ସେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri