Categories: ଜାତୀୟ

ନୋଭୋଭାକ୍ସ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୩।୩: ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକାକରଣ ଜାରି ରହିଛି । ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଅନୁମତି ମିଳିଥିବା ବେଳେ ଏବେ ଆଉ ଏକ ଟିକାକୁ ଅନୁମତି ମିଳିଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭୋଭାକ୍ସ କାରୋନା ଭ୍ୟାକ୍ସିନକୁ ୧୨ ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ମଧ୍ୟରେ ପ୍ରଥମ ଜରୁରୀକାଳୀନ ବ୍ୟବହାର ପାଇଁ ଘୋଷଣା କରିଛି । ୧୨ରୁ ୧୮ ବର୍ଷ କିଶୋରଙ୍କ ପାଇଁ ଏହା ପ୍ରଥମ ପୋଷଣଯୁକ୍ତ ଟିକା । ନିକଟରେ ମହାମାରୀକୁ ପ୍ରତିହତ ପାଇଁ ଡିସିଜିଆ କୋର୍ବେଭ୍ୟାକ୍ସକୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବର୍ତ୍ତମାନ ନୋଭୋଭାକ୍ସକୁ ଅନୁମତି ମିଳିଥିବାରୁ ବେଶ ଖୁସିବ୍ୟକ୍ତ କରିଛନ୍ତି ନୋଭୋଭାକ୍ସ ସଭାପତି ତଥା ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଷ୍ଟାଲିନ ସି ୟର୍କ ।

Share