Posted inଜାତୀୟ

ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ ମିଳିବା ପରେ ପୋଲିସ ଓ ପ୍ରସାଶନ ସତର୍କ ହୋଇଯାଇଛି।
କାନାଡା ସ୍ଥିତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଏଥର ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ପନ୍ନୁଙ୍କ ସଙ୍ଗଠନ ପଞ୍ଜାବକୁ ଭାରତଠାରୁ ଅଲଗା କରିବାକୁ ଦାବି କରୁଛି ଓ ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଧମକ ଦେଇ ସାରିଛି।
ଅଯୋଧ୍ୟା ରେଞ୍ଜର ପୋଲିସ ମହାନିରିକ୍ଷକ(ଆଇଜି) ପ୍ରବୀଣ କୁମାର କହିଛନ୍ତି, ଅଯୋଧ୍ୟାରେ ପୂର୍ବାପେକ୍ଷା ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ତଥା ସୁରକ୍ଷାକର୍ମୀ ୨୪ ଘଣ୍ଟା ଯେ କୌଣସି ଆତଙ୍କବାଦୀ ଆକ୍ରମଣର ସାମ୍ନା କରୁବାକୁ ପ୍ରସ୍ତୁତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପୋଲିସ ଭାଇରାଲ ହେଉଥିବା ପନ୍ନୁଙ୍କ ବାର୍ତ୍ତାର ଯାଞ୍ଚ କରୁଛି।
ପୋଲିସ କହିଛି ପୂର୍ବରୁ ଏମିତି ଧମକପୂର୍ଣ୍ଣ ଅଡିଓ ଭିଡିଓ ଆସି ସାରିଛି। ଯେଉଁଥିରେ ଖଲିସ୍ତାନୀ ଆତଙ୍କବାଦୀ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ହେଲେ ସୁରକ୍ଷା ଏଜେନ୍ସି ପ୍ରତିଥର ଏହାକୁ ବିଫଳ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ,...

୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ

ପାଟନା,୩୦ା୩: ଅତୀତରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨ ଥର ଛାଡ଼ି ଗୋଟିଏ ଭୁଲ୍‌କୁ ଦୋହରାଇଥିଲି। ଆଗକୁ ଏଭଳି ଭୁଲ୍‌ ହେବ ନାହିଁ ବୋଲି ରବିବାର...

ହିମାଚଳରେ ଭୂସ୍ଖଳନ: ୬ ମୃତ

ଶିମ୍‌ଲା,୩୦ା୩: ହିମାଚଳପ୍ରଦେଶର କୁଲ୍ଲୁରେ ରବିବାର ଅପରାହ୍ନ ୫ଟାରେ ଭୂସ୍ଖଳନ ଘଟି ୩ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନରେ କେତେଜଣ ଆହତ ହୋଇଛନ୍ତି।...

ସ୍କୁଲ ଫି ୮୦୦ ଟଙ୍କା ପାଇଁ କିଶୋରୀଙ୍କୁ ପରୀକ୍ଷାରୁ କଲେ ବଞ୍ଚିତ, ଦୁଃଖରେ କରିଦେଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦ା୩: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ଜଣେ ୧୭ ବର୍ଷୀୟା ନାବାଳିକା ସ୍କୁଲ ଫି ୮୦୦ ଟଙ୍କା ପୈଠ କରି ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image