Categories: Uncategorized

ନଭେମ୍ବର ୨୭ରୁ ଡିସେମ୍ବର ୪ କଟକ ବାଲିଯାତ୍ରା

କଟକ,୧୩ା୧୦ (କାର୍ତ୍ତିକ ସାହୁ): ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱାରୋପ କରିଛନ୍ତି। ଚଳିତବର୍ଷ ବାଲିଯାତ୍ରା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ଆଭାସୀ ମାଧ୍ୟମରେ ଅଧ୍ୟକ୍ଷତା କରି ବାଲିଯାତ୍ରା ସହ ଜଡିତ ବିଭିନ୍ନ ବିଭାଗ ଓ ବିଭାଗୀୟ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ କରିବା ସହ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଯୋଗଦେଇଥିଲେ।