Categories: ଜାତୀୟ

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ ୨୫ ପରିବର୍ତ୍ତେ ୨୧ ବର୍ଷ ହେବ। ଏଥି ସହ ସହରରେ ନୂତନ ଦୋକାନ ଖୋଲାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଉପମୁଖ୍ୟମନ୍ତରୀ ମନୀଷ ସିସୋଦିଆ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ‘ମଦ ମାଫିଆ’ ଉପରେ ନଜର ରଖିବା ଏହି ନୀତିର ଉଦ୍ଦେଶ୍ୟ ବୋଲି ସେ ଦାବି କରିଛନ୍ତି। ସିସୋଦିଆ କ୍ୟାବିନେଟ ଦ୍ୱାରା ଅନୁମୋଦିତ ନୂତନ ଏକ୍ସାଇଜ ପଲିସି ବିଷୟରେ ସୂଚନା ଦେଇ କହିଛନ୍ତି ପ୍ରତିବର୍ଷ ୫ ବଦଳରେ ମଦ ବିକ୍ରି ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା ରହିଛି।

ଦିଲ୍ଲୀ – ୨୧
ହରିୟାଣା – ୨୫
ପଞ୍ଜାବ – ୨୫
ଚଣ୍ଡିଗଡ଼ – ୨୫
ଉତ୍ତରପ୍ରଦେଶ – ୨୧
ଉତ୍ତରାଖଣ୍ଡ – ୨୧
ହିମାଚଳ ପ୍ରଦେଶ -୧୮
ରାଜସ୍ଥାନ – ୧୮
ଜାମ୍ମୁ କାଶ୍ମୀର – ୨୧
ଲଦାଖ – ୨୧
ମହାରାଷ୍ଟ୍ର – ୨୧
ମଧ୍ୟପ୍ରଦେଶ -୨୧
ସିକ୍କିମ – ୧୮
ମେଘାଳୟ -୧୮
ପଶ୍ଚିମବଙ୍ଗ -୨୧
କେରଳ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଆଇନଗତ ପାନୀୟ ବୟସ ୨୩ ବର୍ଷ ଅଟେ। ଏଥି ସହିତ ଗୁଜରାଟ, ବିହାର, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଇଣ୍ଡିଆ (ଏଆର୍‌ଏଆଇ) ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି। ଏହାଦ୍ୱାରା ମଦ୍ୟପାନର ବେଆଇନ ବ୍ୟବହାର ହ୍ରାସ ପାଇବ ବୋଲି ଏଆର୍‌ଏଆଇ କହିଛି।

Share