ଏଣିକି ପରିବାର ପିଛା ମିଳିବ ୩ କିଲୋ ଆଳୁ

ଭୁବନଶ୍ୱେର,୧୦।୮: ଏଣିକି ରାଜଧାନୀ ବାସିନ୍ଦା ୩ କେଜି ଆଳୁ ୧୦୦ ଟଙ୍କାରେ ପାଇବେ । ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ  ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଅଫିସ ନିକଟରେ ରାଜଧାନୀର ପ୍ରାୟ ଶହେ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ଆଳୁ ଯୋଗାଇଛି ।
ଶୁକ୍ରବାର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରି କହିଥିଲେ ଏଣିକି  ୩୦ଟଙ୍କାରେ କେଜିଏ ଆଳୁ ଦିଆଯିବ। ଏ ନେଇ ଦିଲ୍ଲୀରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।
ମନ୍ତ୍ରୀ କହିଥିଲେ, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ। ପଅରିଦିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଯିବ। ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଦେବୁ। ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ ବୋଲି କୃଷ୍ଣପାତ୍ର କହିଥିଲେ।
Share