ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି ସରକାରୀ କର୍ମଚାରୀ ପ୍ରଭାବିତ ହେବେ।

ତେବେ ଗତ ୪ ବର୍ଷ ଧରି ଇପିଏଫ୍‌ଓ ପକ୍ଷରୁ ପିଏଫ୍‌ ସୁଧହାର ବହୁବାର ହ୍ରାସ କରାଯାଇଛି। ୨୦୧୬-୧୭ରେ ୮.୮% ସୁଧ ହାର ମିଳୁଥିବା ବେଳେ ୨୦୧୭-୧୮ରେ ଏହା ୮.୬୫%, ୨୦୧୮-୧୯ରେ ୮.୫୫%, ୨୦୧୯-୨୦ରେ ୮.୫% ରହିଥିଲା।

Share