Categories: ଜାତୀୟ

ୟୁପିରେ ଏଣେତେଣେ ପୋତା ଯାଉଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ

ଉନ୍ନାଓ,୧୩।୫: ଉତ୍ତର ପ୍ରଦେଶରେ ଭୟଙ୍କର ହେଲାଣି କୋଭିଡ୍‌-୧୯ ସ୍ଥିତି। ଭାଇରସ ଜନିତ ମୃତକଙ୍କ ଶବଦାହ ପାଇଁ ଯାଗା ନାହିଁ ଶବଦାହ କେନ୍ଦ୍ରରେ। ଗଙ୍ଗା ନଦୀରେ ମୃତଦେହ ଭସା ଯିବା ଘଟଣା ପରେ ଉନ୍ନାଓ ଜିଲାର ଅତିକମ୍‌ରେ ଦୁଇଟି ସ୍ଥାନରୁ ଉଦ୍ଧାର କରାଯାଇଛି ବହୁ ସଂଖ୍ୟାରେ ମୃତଦେହ।

ତେବେ ସରକାରୀ ସ୍ତରରେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର କୁମାର କହିଛନ୍ତି, କିଛି ମୃତଦେହ ନଦୀଠାରୁ ଦୂରରେ ପୋତା ଯାଇଥିଲା। ଜିଲାର ଅନ୍ୟ ସ୍ଥାନରେ ଖୋଜାଖୋଜି ଜାରି ରହିଛି। ଏଣୁ ମୃତଦେହ ସଂଖ୍ୟା ବଢ଼ିପାରେ। ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ଦୁଇ ଦିନରେ ଗଙ୍ଗା ନଦୀରୁ ପ୍ରାୟ ୧୫୦ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିବା କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୃତକଙ୍କ ଧର୍ମ ଅନୁଯାୟୀ, ଅନ୍ତିମ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share