ଯେତେବେଳେ ୨୨ ବର୍ଷୀୟ ପ୍ରଫୁଲ୍ଲ ବିଲୋର୍ ‘ଏମ୍ବିଏ ଚାଏଓ୍ବାଲା’ ନାମରେ ନିଜର ଦୋକାନ ଖୋଲିଥିଲେ, କେହି ବି ଭାବି ନ ଥିଲେ ଯେ ତାଙ୍କର ଚା’ ବ୍ୟବସାୟ ଏତେ ଆଗକୁ ବଢ଼ିବ ଯେ ସେ କୋଟିପତି ହୋଇଯିବେ। ଏବେ ଏହି କ୍ରମରେ ‘ବିଟେକ୍ ଗୁପ୍ଚୁପ୍ ବାଲୀ’ ନାମକ ଷ୍ଟଲ ଲଗାଇ ଜଣେ ଯୁବତୀ ଚର୍ଚ୍ଚାକୁ ଆସିଛନ୍ତି। ସେ ବୁଲେଟ୍ ଚଳାଇ ନିଜର ଷ୍ଟଲ ନେଇ ଆସୁଛନ୍ତି। ତାଙ୍କର ସ୍ବାଗ୍କୁ ଲୋକେ ପସନ୍ଦ କରୁଛନ୍ତି।
ଯୁବତୀ ଜଣଙ୍କ ହେଲେ ୨୧ ବର୍ଷୀୟ ତାପସୀ ଉପାଧ୍ୟାୟ। ବିଟେକ୍ ଶେଷ ହେବା ପରେ ସେ ନିଜର ଗୁପ୍ଚୁପ୍ ବ୍ୟବସାୟ ଆରମ୍ଭ କରିଛନ୍ତି। ତେବେ ନିଜର ଏହି ଅଭିନବ ଶୈଳୀକୁ ନେଇ ସେ କୁହନ୍ତି, ମୋର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୁସ୍ଥ ଖାଦ୍ୟ ଖୁଆଇବା। ଆଗାମୀ ଦିନରେ ତାଙ୍କ ଷ୍ଟଲ୍ରେ ଗୁପ୍ଚୁପ୍ ବ୍ୟତିତ ଅନ୍ୟାନ୍ୟ ସାମଗ୍ରୀ ରହିବ।
ସୋସିଆଲ ମିଡିଆରେ ତାପସୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତାପସୀ ତାଙ୍କ ଷ୍ଟଲକୁ ଏକ ବୁଲେଟ୍ରେ ନେଉଥିବା ଦେଖାଯାଉଛି। page @are_you_hungry007 ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାକୁ ଶେୟାର କରାଯାଇଛି।
ଆପଣ ବି ଦେଖନ୍ତୁ ଭିଡିଓ: