ଭାରତରେ କମ୍ୟୁନିଜିମର ପ୍ରସାର କରିବାକୁ ଚାହୁଁଛି ଚାଇନା

ବେଜିଂ,୧୯ ।୧୧: ଚାଇନା ଭାରତରେ କମ୍ୟୁନିଷ୍ଟ ବିଚାରଧାରାକୁ ପ୍ରସାର କରିବାକୁ ସି ଜିନପିଙ୍ଗଙ୍କ ପୁସ୍ତକକୁ ହିନ୍ଦୀରେ ପ୍ରକାଶ କରିଛି । ଜିନପିଙ୍ଗଙ୍କ ଏହି ପୁସ୍ତକ ମଧ୍ୟ ଏସିଆର କିଛି ଦେଶରେ ଅନ୍ୟ ଭାଷାରେ ପ୍ରକାଶ କରାଯାଇଛି । ଉକ୍ତ ପୁସ୍ତକରେ ଚାଇନାର ଶାସନକୁ ନେଇ ତାଙ୍କ ସିଦ୍ଧାନ୍ତ କଥା ପ୍ରକାଶ କରାଯାଇଛି । ସରକାର ସମାଚାର ଏଜେନ୍ସି ସିହ୍ନୁଆର ସୂଚନା ଅନୁଯାୟୀ, ‘ସି ଜିନପିଙ୍ଗ: ଦ ଗଭର୍ନେସ ଅଫ୍ ଚାଇନା’ର ପ୍ରଥମ ଖଣ୍ଡ ହିନ୍ଦୀ, ପଶତୋ, ଦାରି, ସିଂହଳି ଓ ଉଜବେକ ଭାଷାରେ ପ୍ରକାଶ କରାଯାଇଛି । ଏହି ପୁସ୍ତକ ଗତ କିଛି ବର୍ଷରେ ମନ୍ଦାରିନ ବ୍ୟତୀତ ଇଂରାଜୀ ତଥା ଅନ୍ୟ ଭାଷାରେ ପ୍ରକାଶ କରାଯାଇଛି ।

Share