Categories: ବାଣିଜ୍ୟ

ଏବେ ‘ଡେଲ୍‌’ କରିବ ଛଟେଇ: ଚାକିରି ହରାଇବେ ୬.୫୦୦ କର୍ମଚାରୀ

ନୂଆଦିଲ୍ଲୀ,୭।୨: କମ୍ପ୍ୟୁଟର ନିର୍ମାତା କମ୍ପାନୀ ‘ଡେଲ୍‌’ ଏହାର ୬,୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନିଶ୍ଚିତ ଭବିଷ୍ୟତ ସହ କମ୍ପାନୀ ବଜାରର ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏପରିକି ବ୍ୟକ୍ତିଗତ କମ୍ପ୍ୟୁଟରର ଚାହିଦା ହ୍ରାସ ପାଉଥିବାରୁ ଛଟେଇ କରାଯିବ। ତେବେ ଏହାର ପ୍ରଭାବ କମ୍ପାନୀର ୫% କର୍ମଚାରୀଙ୍କ ଉପରେ ପଡ଼ିବ ବୋଲି ଡେଲ୍‌ର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍‌ କ୍ଲାର୍କ କହିଛନ୍ତି।

ଆଇଡିସି ରିପୋର୍ଟ ଅନୁଯାୟୀ ୨୦୨୨ରେ କେବଳ ଭାରତରେ ବ୍ୟକ୍ତିଗତ କମ୍ପ୍ୟୁଟର ଚାହିଦା ୧୧.୭% ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ୩୯ଟି ବ୍ୟକ୍ତିଗତ କମ୍ପ୍ୟୁଟର ପଠାଯାଇଛି। ଏହି ସମୟରେ ଡେଲ୍‌କୁ ପଛରେ ପକାଇ ଲେନୋଭୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

Share