ଏବେ ଚୁଲି ଜଳାଇବା ବି ମହଙ୍ଗା !…

ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି। ମ୍ୟାଚେସ୍‌ ଦାମ ଡିସେମ୍ବରଠାରୁ ୧ ଟଙ୍କା ବଦଳରେ ୨ ଟଙ୍କା ହେବ। ଏସମ୍ପର୍କରେ ନିଷ୍ପତ୍ତି ଅଲ୍‌ ଇଣ୍ଡିଆ ଚ୍ୟାମ୍ବର୍ସ ଅଫ୍‌ ମ୍ୟାଚେସ୍‌ର ଏକ ବୈଠକରେ ଗ୍ରହଣ କରାଯାଇଛି।

ବୈଠକରେ ଦେଶର ୫ ପ୍ରମୁଖ ମ୍ୟାଚେସ୍‌ ଉଦ୍ୟୋଗର ପ୍ରତିନିଧି ଯୋଗ ଦେଇଥିଲେ। ସର୍ବସମ୍ମତିକ୍ରମେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଦୀର୍ଘ ୧୪ ବର୍ଷ ପରେ ପୁଣି ମ୍ୟାଚେସ୍‌ ଦାମ ବଢ଼ିବାକୁ ଯାଉଛି।

କଞ୍ଚାମାଲର ବୃଦ୍ଧି ଯୋଗୁ ମ୍ୟାଚେସ୍‌ ଦାବ ବଢ଼ାଇବାକୁ ସ୍ଥିର ହୋଇଛି। ଲାଲ୍‌ ଫସରଫରସ, ମହମ, ଏବଂ ଓ୍ବାକ୍ସ ବୋର୍ଡର ଆବଶ୍ୟକତା ହୋଇଥାଏ। ସେହିପରି ପେଟ୍ରୋଲ ଡିଜେଲ ଦାମରେ ବୃଦ୍ଧି ଘଟିଥିବାରୁ ପରିବହନରେ ମଧ୍ୟ ଅଧିକ ଖର୍ଚ୍ଚ ହେଉଥିତ୍ବା ବୈଠକରେ କୁହାଯାଇଥିଲା।

ଏହା ପୂର୍ବରୁ ୨୦୦୭ରେ ମ୍ୟାଚେସ୍‌ ଦାମ୍‌ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ହୋଇଥିଲା।

Share