ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍‌

ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦେଶର ଶ୍ରେଷ୍ଠ ୩୦୦ ଔଷଧ ବ୍ରାଣ୍ଡକୁ ସେମାନଙ୍କ ଔଷଧ ଉପରେ କ୍ୟୁଆର କୋଡ ଲଗାଇବାକୁ ହେବ। ଏହାଦ୍ୱାରା ଜଣେ ଗ୍ରାହକ କ୍ୟୁଆର କୋଡକୁ ସ୍କାନ କଲେ ସେହି ମେଡିସିନ ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିପାରିବେ । ତେବେ ଅଗଷ୍ଟ ୧ରୁ ଏହି ନିୟମ ଲାଗୁ କରାଯାଇଛି । ଡିସିଜିଆଇର ନିର୍ଦ୍ଦେଶ ନ ମାନିଲେ, ଔଷଧ କମ୍ପାନୀକୁ ଜରିମାନା ଭରିବାକୁ ପଡିବ।

ୟୁନିକ ପ୍ରଡକ୍ଟ ଆଇଡେଣ୍ଟିଫିକେସନ କୋଡ ଦ୍ୱାରା ଔଷଧର ଜେନେରିକ ନାମ, ବ୍ରାଣ୍ଡ ନାମ, ଉତ୍ପାଦକଙ୍କ ନାମ, ଔଷଧ ଉତ୍ପାଦନ ତାରିଖ ସହିତ ଏହାର ଏକ୍ସପାଏରୀ ଡେଟ ଏବଂ ଔଷଧ ଉତ୍ପାଦନକାରୀ କମ୍ପାନୀର ଲାଇସେନ୍ସ ନମ୍ବର ମଧ୍ୟ ଜାଣିହେବ।

Share