Categories: ଜାତୀୟ

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ କରିବ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆମେରିକାର କମ୍ପାନୀ ଜିଇ ଏରୋସ୍ପେସ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ((ହଲ) ଲିମିଟେଡ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି।

ଏହାପୂର୍ବରୁ ହ୍ବାଇଟ ହାଉସ କହିଥିଲା, ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଐତିହାସିକ ଶିଖର ବୈଠକରେ ଜେଟ ଇଞ୍ଜିନର ସହ-ଉତ୍ପାଦନ ସମେତ କିଛି ବଡ ପ୍ରତିରକ୍ଷା କାରବାର ହେବ।

ଜିଇ ଏରୋସ୍ପେସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ଏକ ବଡ଼ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ।

Share