Categories: ଜାତୀୟ

ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି, ନିର୍ବାଚନ ପରେ…ଏକନାଥ ଶିନ୍ଦେଙ୍କୁ ନେଇ ବଡ଼ ଇସାରା ଦେଲେ ଫଡନବିସ

ମୁମ୍ବାଇ,୩୦।୮: ଡିସେମ୍ବର ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡୁଛି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜ୍ୟର ଡେପୁଟି ସିଏମ ଦେବେନ୍ଦ୍ର ଫଡନବିସ ରାଜ୍ୟ ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଫଡନବିସଙ୍କୁ ପଚରାଗଲା ଯେ ମହାୟୁତିରେ କିଏ ଏକ ନମ୍ବର ନେତା? ଆଉ ବିଧାନସଭା ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ? ସେ ସ୍ପଷ୍ଟ ଭାବେ କହିଛନ୍ତି, ବର୍ତ୍ତମାନ କେବଳ ଏକନାଥ ସିନ୍ଦେ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନରେ ଓହ୍ଲାଇବାକୁ ଯାଉଛୁ। ଫଳାଫଳ ଆସିବା ପରେ, ନିଷ୍ପତ୍ତି ହେବ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ କିଏ ହେବେ।

କିଛି ପୁରୁଣା ଲୋକ ଫେରି ଆସିଲେ ଦଳରେ କିଛି ପରିବର୍ତ୍ତନ ଦେଖାଯିବ କି? ଏହା ଉପରେ ଫଡନବିସ କହିଛନ୍ତି, ଆମେ ବହୁତ ଭଲ ମେଣ୍ଟରେ ଅଛୁ। ଏଥିରୁ କେହି ଓହରିବେ ନାହିଁ। ଆମେ ଏକାଠି ଲଢି ନିର୍ବାଚନ ଜିତିବୁ। ଦଳର ଏକ ନମ୍ବର ପଦବୀ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆମ ମଧ୍ୟରେ କୌଣସି ଟେନସନ ନାହିଁ। ନିର୍ବାଚନ ପରେ ସମସ୍ତ ତିନି ଦଳ ମିଶି ଏହା ଉପରେ ନିଷ୍ପତ୍ତି ନେବୁ। ବର୍ତ୍ତମାନ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ପର ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share