ଏବେ ରାନୁ ମଣ୍ଡଳଙ୍କ ନାଁ ଶୁଣିଲେ ପ୍ରଚଣ୍ଡ ରାଗୁଛନ୍ତି ହିମେଶ

ମୁମ୍ବାଇ: ବଲିଉଡ୍‌ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ନିଜର କଠୋର ଆଭିମୁଖ୍ୟ ପାଇଁ ବେଶ୍‌ ଜଣାଶୁଣା। ମ୍ୟୁଜିକ୍‌ ଶୋ’ ସମୟରେ ହେଉ କି ଖବରଦାତାଙ୍କ ପ୍ରଶ୍ନ ପାଇଁ ହେଉ ସେ ରୋକ୍‌ଠୋକ୍‌ ଜବାବ ଦିଅନ୍ତି। ଏବେ ଏକ କାର୍ଯ୍ୟକ୍ରମରେ ଫଟୋଗ୍ରାଫରମାନେ ହିମେଶଙ୍କୁ ରାନୁ ମଣ୍ଡଳଙ୍କ ବିଷୟରେ ପଚାରିଦେଲେ। ଏହା ଶୁଣି ହିମେଶ ରାଗି ନିଆଁବାଣ। ଫଟୋଗ୍ରାଫର ରାନୁଙ୍କ ସେଲ୍‌ଫି ବିବାଦ ସମ୍ପର୍କରେ ହିମେଶଙ୍କୁ ପ୍ରଶ୍ନ ପଚାରିଦେଲେ। ହିମେଶ ରାଗି କି କହିଲେ ମୁଁ ତାଙ୍କ ମ୍ୟାନେଜର ନୁହେଁ। ଏ ବିଷୟରେ ଯାଆନ୍ତୁ ରାନୁଙ୍କୁ ପଚାରିବେ ସେ ଅଧିକ କହିପାରିବେ।

ମୁଁ ଅନେକ ଲୋକଙ୍କୁ ବ୍ରେକ୍‌ ଦେଇଛି। ମାତ୍ର ଯଦି କାହା ଜୀବନରେ କିଛି ଘଟେ ତା’ର ଉତ୍ତର ମୁଁ ଦେଇପାରିବି ନାହିଁ। ରାନୁଙ୍କ ସ୍ବର ଲତା ମଙ୍ଗେସକରଙ୍କ ପରି ଥିଲା। ମୁଁ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲି। ସେ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ରାନୁଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏବେ ଆଉ ରାନୁଙ୍କୁ ଦେଖିବାକୁ ମିଳୁନି। ରାନୁ ପଶ୍ଚିମବଙ୍ଗର ରାଣାଘାଟ ରେଲ୍‌ଓ୍ବେ ଷ୍ଟେଶନରେ ଗୀତ ଗାଇ ଏକଦା ଚର୍ଚ୍ଚାକୁ ଆସିଥିଲେ। ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯେଉଁଥିରେ ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା’ ଗାଉଥିଲେ। ଭିଡିଓ ଭାଇରାଲ ହେବା ପରେ ରାତାରାତି ରାନୁ ଷ୍ଟାର ପାଲଟିଯାଇଥିଲେ।

Share