ଏବେ ଚିନ୍ତାରେ ଭାରତ: ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ…

ପୁଣେ,୨୦।୧୦: ପୁଣେରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏନେଇ  ଶେଷରେ ତାଙ୍କୁ ମଇଦାନ ଛାଡିବାକୁ ପଡ଼ିଥିଲା।
ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ ଫଲୋ ଥ୍ରୁରେ ବଲ ରୋକିବାକୁ ପ୍ରୟାସ କରିଥିବା ବେଳେ ତାଙ୍କ ଗୋଇଠି ମୋଡି ହୋଇଯାଇଥିଲା। ଓଭରର ତୃତୀୟ ବଲରେ ଲିଟନ ଦାସଙ୍କର ଏକ ଷ୍ଟ୍ରେଟ ଡ୍ରାଇଭ ରୋକିବା ଚେଷ୍ଟା କରିଥିଲେ ପାଣ୍ଡ୍ୟା। ହେଲେ ବଲ ରୋକିପାରି ନଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖୁବ୍‌ ବେଶି ଆଘାତ ହୋଇଥିଲା।  ଓଭରର ଆଉ ୩ଟି ବଲ ବାକିଥିବା ବେଳେ ପାଣ୍ଡ୍ୟା  ବଲ୍‌ ପକାଇବାକୁ ଅସମର୍ଥ ହୋଇଥିଲେ। ଏହି ସମୟରେ  ବାକି ୩ଟି ବଲ ଅଧ୍ୟିନାୟକ ରୋହିତ ସର୍ମା ବିରାଟ କୋହିଲିଙ୍କୁ ପକାଇବା ପାଇଁ ଅନୁମତି ଦେଇଥିଲେ। ତେବେ ବର୍ତ୍ତମାନ ଭାରତ ପାଇଁ ସବୁଠାରୁ ବଡ  ଚିନ୍ତାର କାରଣ ହୋଇଛି, ଯେ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତ ପାଇଁ କିଏ ଖେଳିବେ। ତେବେ ଏ ନେଇ କିଛି ନିଷ୍ପତ୍ତି ହୋଇ ନାହିଁ।
Share