Categories: ଜାତୀୟ

ଏବେ ଅହଂକାର ସମୟ ନୁହେଁ

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍‌ ଅଲ୍‌ଭାଙ୍କୁ ସମର୍ଥନ କରିବ ନାହିଁ ବୋଲି ଗୁରୁବାର ଘୋଷଣା କରିଛି। ଅଲ୍‌ଭାଙ୍କୁ ପ୍ରାର୍ଥୀ କରାଯିବାବେଳେ ଟିଏମ୍‌ସିର ମତାମତ ନିଆଯାଇ ନ ଥିବା ଦର୍ଶାଇ ପଶ୍ଚିମବଙ୍ଗର ଶାସକ ଦଳ ପକ୍ଷରୁ କୁହାଯାଇଛି। ଅଲ୍‌ଭା ଶୁକ୍ରବାର ଏହି ନିଷ୍ପତ୍ତିକୁ ‘ନୈରାଶ୍ୟଜନକ’ ବୋଲି ଅଭିହିତ କରିଛନ୍ତି। ବର୍ତ୍ତମାନ ଅହଂକାର କିମ୍ବା କ୍ରୋଧର ସମୟ ନୁହେଁ। ଏହା ସାହସ, ନେତୃତ୍ୱ ଓ ଏକତାର ସମୟ। ସାହସର ପ୍ରତୀକ ମମତା ବିରୋଧୀଙ୍କ ସହ ଛିଡ଼ାହେବେ ବୋଲି ଅଲ୍‌ଭା ଆଶାବାଦୀ ଥିବା ଟୁଇଟ୍‌ କରିଛନ୍ତି।

Share