ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ, ରୁଷିଆ-ୟୁକେନ୍‌ ଯୁଦ୍ଧ ନେଇ ଜାତିସଂଘରେ କହିଲା ଭାରତ…

ଜେନେଭା,୧୯।୭ : ମିଳିତ ଜାତିସଂଘରେ ଭାରତ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ର ବାର୍ଷିକ ବିତର୍କରେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଜସ୍ବ ମତ ଉପସ୍ଥାପନ କରିଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ୟୁକ୍ରେନ ବିବାଦକୁ ନେଇ ଭାରତ ଗଭୀର ଭାବେ ଚିନ୍ତିତ ଏବଂ ୟୁକ୍ରେନକୁ ତୁରନ୍ତ ଶତ୍ରୁତାକୁ ବନ୍ଦ କରିବାକୁ ଏବଂ ରୁଷିଆ ସହିତ କଥାବାର୍ତ୍ତା କରିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ। ତେଣୁ ଶୀଘ୍ର ଏହାକୁ ବନ୍ଦ କରାଯିବା ଜରୁରୀ ବୋଲି ସେ କହିଛନ୍ତି।

Share