Categories: ଜାତୀୟ

ଏବେ ହେବ ଅସଲ ଖେଳ

ପାଟନା,୨୮ା୧: ବିହାରରେ ଆରମ୍ଭ ହୋଇଛି ମେଣ୍ଟ ସରକାର। ଭାଜପା-ଜେଡିୟୁ ମେଣ୍ଟ ସରକାରର ୯ମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ନୀତୀଶ କୁମାର ଶପଥ ନେଇଛନ୍ତି। ନୀତୀଶ ଭାଜପାକୁ ଫେରିବା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଲେଖିକି ଦେଉଛି, ୨୦୨୪ରେ ଜେଡିୟୁ ଶେଷ ହୋଇଯିବ।

ସେ କହିଛନ୍ତି, ତାଙ୍କର କୌଣସି ରାଗ କିମ୍ବା ବିରୋଧ ନାହିଁ। ଆରଜେଡି କେବଳ ମହାଗଠବନ୍ଧନକୁ ଅନୁସରଣ କରିଥିଲା। କିନ୍ତୁ ମୁଁ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବାକୁ ଚାହେଁ। ଏବେ ଅସଲ ଖେଳ ଆରମ୍ଭ ହେବ। ତେଜସ୍ବୀ ୨୦୨୨ କଥାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ନୀତୀଶ ଯେତେବେଳେ ସରକାର ଗଠନ କରିବାକୁ ଏନ୍‌ଡିଏ ଛାଡି କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହିତ ମହାଗଠବନ୍ଧନ କରିଥିଲେ ଆମେ ବହୁତ ଆଶା ନେଇ ସରକାର ଗଠନ କରିଥିଲୁ। ନୀତୀଶ ସେହି ସମୟରେ ସରକାର ଗଠନ କରିବାର ଉଦ୍ଦେଶ୍ୟ ମଧ୍ୟ ବୁଝାଇଥିଲେ। କିନ୍ତୁ ସେ ବର୍ତ୍ତମାନ ସରକାରର ଛାଡ଼ି ଚାଲିଗଲେ, ଜନତା ଏହାର କଡ଼ା ଜବାବ ଦେବେ ବୋଲି ସେ କହିଛନ୍ତି।

Share