ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ ଏହି ଫିଲ୍ମ ଶୁଟିଂ ପାଇଁ ରୁଷିଆ ଯାଇଥିଲେ। ଏବେ ଶୁଟିଂଶେଟ୍‌ରୁ ସଲମାନ କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ତୀବ୍ର ବେଗରେ ଭାଇରାଲ ହେଉଛି।

‘ଟାଇଗର-୩’ ଶେଟ୍‌ରୁ ଭାଇରାଲ ହୋଇଥିବା ସଲମାନଙ୍କ ଏହି ଫଟୋକୁ ଚିହ୍ନିବା ବହୁତ କଷ୍ଟକର। କାରଣ ଏଥିରେ ସେ ଭିନ୍ନ ଏକ ଲୁକ୍‌ରେ ନଜର ଆସିଛନ୍ତି। କହିବାକୁ ଗଲେ ସଲମାନ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ବି ଏମିତି ଡ୍ରାମାଟିକ୍‌ ଲୁକ୍‌ରେ ଆଜିପର୍ଯ୍ୟନ୍ତ ନଜର ଆସିନାହାନ୍ତି। ଫଟୋରେ ଦେଖିବେ ସଲମାନ ଏକ ବ୍ରାଉନ କଲରର ଲମ୍ବା ବାଳ ରଖିଛନ୍ତି। ଦାଢ଼ି ମଧ୍ୟ ବ୍ରାଉର କଲରର। ସଲମାନଙ୍କ ତାଙ୍କ ମୁଣ୍ଡରେ ଏକ ଲାଲ୍‌ ରଙ୍ଗର ବ୍ୟାଣ୍ଡ ବାନ୍ଧିଛନ୍ତି। ଭାଇରାଲ ହୋଇଥିବା ଫଟୋରେ ସୋହେଲ ଖାନ୍‌ଙ୍କ ପୁଅ ନିର୍ବାଣ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିନାହିଁ। ସଲମାନ କାଜୁଆଲ ଜିନ୍ସ ସହ ଏକ ହ୍ବାଇଟ୍‌ କଲରର ଟି-ଶର୍ଟ ପିନ୍ଧିଥିବା ବେଳେ ଏକ ଲାଲ୍‌ ରଙ୍ଗର ଜ୍ୟାକେଟ୍‌ରେ ନଜର ଆସିଛନ୍ତି।

Share