Posted inଜାତୀୟ

ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି

ନୂଆଦିଲ୍ଲୀ,୨୬।୬: ଦଶ ବର୍ଷ ପରେ ସଂସଦ ବିରୋଧୀଦଳର ନେତା ପାଇଛି। ଇର୍ଡିଆ ମେଣ୍ଟ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ରାହୁଲଙ୍କ ନାଁ ଘୋଷଣା କରିଛି। ଏବେ ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ସହ ସମାନ ସୁବିଧା ମଧ୍ୟ ମିଳିବ। ଏଥିସହ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତା ମିଳିତ ଭାବେ ଅନେକ ସାମ୍ବିଧାନିକ ପଦବୀର ମୁଖ୍ୟ ଚୟନ କରିବେ। ସଂସଦରେ ବିରୋଧୀଦଳର ନେତାଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇବା ଏବଂ ବିରୋଧୀଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିବା। ଏଭଳି ପରିସ୍ଥିତିରେ ପିଏମ ମୋଦି ଏବଂ ରାହୁଲ ଗାନ୍ଧୀ କେବେ ଏଭଳି ଆଲୋଚନା କରିବେ ଏବଂ ଏକାଠି ନିଷ୍ପତ୍ତି ନେବେ ତାହା ଦେଖିବା ଅତି ମଜାଦାର ରହିବ।

ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଭାବରେ ସମାନ ସୁବିଧା ଏବଂ ବେତନ ପାଇଥା’ନ୍ତିି। ଏହା ବ୍ୟତୀତ ବିରୋଧୀଦଳର ନେତା ମଧ୍ୟ ବିଭିନ୍ନ କମିଟିରେ ଅନ୍ତର୍ଭୁକ୍ତ ଥାଆନ୍ତି ଯାହା ଦେଶର ବଡ଼ ବଡ଼ ପଦବୀର ନିଯୁକ୍ତି କରିଥାଏ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି), ଜାତୀୟ ନିର୍ବାଚନ କମିଶନର(ଇସିଆଇ) ଆରବିଆଇ ଗଭର୍ନର ଏବଂ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପରି ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟ ଚୟନ କରନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କମିଟିରେ ଅଛନ୍ତି। ତେବେ ବର୍ତ୍ତମାନ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏକାଠି ବସି ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ତାହା ସ୍ଥିର କରିବେ। ଏପରି ପରିସ୍ଥିତିରେ ଏହା ଅତି କୌତୁହଳପୂର୍ଣ୍ଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ପୋନ ହେଲା ନିଟ ୟୁଜି କାଉନସିଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସିଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

ରାଜ୍ୟରେ ରହିବ ନାହିଁ ବେରୋଜଗାରୀ, ସରକାର କରୁଛନ୍ତି ଯୋଜନା

ଲକ୍ଷ୍ନୌ,୬।୭: ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଉତ୍ତରପ୍ରଦେଶର ଯୋଗୀ ସରକାର କିଛି ଯୋଜନା କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ...

ହାଥରସ ଘଟଣାକୁ ନେଇ ଆସିଲା ‘ଭୋଲେ ବାବା’ ଙ୍କ ପ୍ରଥମ ବୟାନ, କହିଲେ…

ଲକ୍ଷ୍ନୌ,୬।୭: ହାଥରସ ଦୁର୍ଘଟଣା ସମ୍ପର୍କରେ ବାବା ସୁରଜପାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ପ୍ରଶାସନରେ ଲୋକଙ୍କ ବିଶ୍ୱାସ...

ପ୍ରଶାସନିକ ବିଫଳତାରୁ ଦଳାଚକଟା

ହାଥରସ୍‌,୬ା୭: ଉତ୍ତରପ୍ରଦେଶର ହାଥ୍‌ରସ୍‌ ଜିଲାରେ ଭୋଲେ ବାବାଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଘଟି ୧୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଲୋକ ସଭାର ବିରୋଧୀ ଦଳ ନେତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri