Posted inଜାତୀୟ

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇନି। ପ୍ରଥମ କାର୍ଯ୍ୟକାଳରେ ୬ ମାସ ମଧ୍ୟରେ କ୍ୟାବିନେଟ୍‌ରେ ଅଦଳବଦଳ ହୋଇଥିଲା। ଭାଜପା ସଦସ୍ୟଙ୍କ ଅନୁସାରେ ଶୀଘ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ମାତ୍ର କେତେକଙ୍କ ମତରେ ବିହାର ବିଧାନସଭା ନିର୍ବାଚନ ପରେ ଏହା ହୋଇପାରେ। ନଭେମ୍ବର ୧୦ ପରେ ମୋଦିଙ୍କ କ୍ୟାବିନେଟ୍‌ରେ ସମ୍ପ୍ରସାରଣ କରାଯିବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଛି। ଗୋଟିଏ ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳରେ ୩ ପଦବୀ ଖାଲି ହୋଇଯାଇଛି। ୨୦୧୯ ନଭେମ୍ବରରେ ଏନ୍‌ଡ଼ିଏ ସହିତ ସମ୍ପର୍କ ତୁଟିବା ପରେ ଶିବସେନା ସଦସ୍ୟ ଅରବିନ୍ଦ ସାଓ୍ବନ୍ତ ଭାରି ଶିଳ୍ପ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିପରି କୃଷି ବିଧେୟକକୁ ବିରୋଧ କରି ଶିରୋମଣି ଅକାଳୀ ଦଳରୁ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିବା ହରସିମରତ୍‌ କୌର ୨୦୨୦ ସେପ୍ଟେମ୍ବର ୧୭ରେ ଇସ୍ତଫା ଦେଇଛନ୍ତି। ସେହିପରି ସେପ୍ଟେମ୍ବର ୨୩ରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି। ନିୟମ ଅନୁସାରେ ଲୋକସଭାର ମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ମନ୍ତ୍ରୀ ଭାବେ କେନ୍ଦ୍ର ସରକାରରେ ସାମିଲ୍‌ ହୋଇ ପାରିବେ। ଅର୍ଥାତ୍‌ ସର୍ବାଧିକ ମନ୍ତ୍ରୀଙ୍କ ସଂଖ୍ୟା ୮୧ ହୋଇପାରିବ। ତେବେ ମୋଦି ‘ମିନିମମ୍‌ ଗଭର୍ନମେଣ୍ଟ୍‌, ମାକ୍ସିମମ୍‌ ଗଭର୍ନେସ୍‌’ ଉପରେ ଗୁରୁତ୍ୱ ଦେଉଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳରେ ମୋଦି ସର୍ବାଧିକ ୭୦ ମନ୍ତ୍ରୀଙ୍କ ସହିତ କାମ କରିଥିଲେ। ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି ୫୭ ମନ୍ତ୍ରୀଙ୍କ ସହିତ କାମ ଆରମ୍ଭ କରିଥିଲେ। ସେଥିମଧ୍ୟରେ ୨୪ କ୍ୟାବିନେଟ୍‌, ୯ ସ୍ବତନ୍ତ୍ର ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ରାଷ୍ଟ୍ରମନ୍ତ୍ରୀ ଥିଲେ। ଏବେ ୩ ମନ୍ତ୍ରୀଙ୍କ ପଦ ଖାଲି ହେବାପରେ ମନ୍ତ୍ରୀ ସଂଖ୍ୟା ୫୪କୁ କମି ଆସିଛି। ଭାଜପା ସଂଗଠନ ଛାଡ଼ିଥିବା କେତେକ ନୂଆ ନେତାଙ୍କୁ ସମ୍ପ୍ରସାରଣରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri