Categories: ଜାତୀୟ

ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ: ମରାଠା ସଂରକ୍ଷଣ ନେଇ ଜରାଙ୍ଗେ ଦେଲେ ଶିନ୍ଦେଙ୍କୁ ଚେତାବନୀ..

ମୁମ୍ବାଇ,୧୪।୧୦ : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି କରୁଥିବା ଜଣେ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି। ଅକ୍ଟୋବର ୨୪ ପରେ ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଯୋଗାଇବାରେ ବିଫଳ ହେଲେ ସେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ।

ଜାଲନା ଜିଲାର ଅନ୍ତେରୱାଲୀ ସରାତି ଗାଁର ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ। ସମ୍ପ୍ରଦାୟର ବିଜୟ ପାଇଁ ହୁଏତ ଏକ ଉତ୍ସବ ପାଳନ କରାଯିବ। ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ୪୦ ବର୍ଷ ବୟସ୍କ କାର୍ଯ୍ୟକର୍ତ୍ତା ସରକାରଙ୍କୁ ୪୦ଦିନ ସମୟ ଦେଇଛନ୍ତି।

ସାରା ରାଜ୍ୟରେ ଥିବା ସମସ୍ତ ମରାଠା ସମ୍ପ୍ରଦାୟକୁ କୁମ୍ବୀ ପ୍ରମାଣପତ୍ର ଦେବାକୁ ଜରାଙ୍ଗେ ଦାବି କରିଛନ୍ତି। କୁମ୍ବି ଅନ୍ୟ ପଛୁଆ ଜାତି ଅଧୀନରେ ସଂରକ୍ଷଣର ଲାଭ ପାଇବାକୁ ଯୋଗ୍ୟ। ଯଦି ଦାବି ପୂରଣ ନ ହୁଏ ତେବେ ସେ ଅକ୍ଟୋବର ୨୪ ରେ ସମ୍ପ୍ରଦାୟକୁ ସମ୍ବୋଧନ କରିବେ। ଏହା ସହିତ ବିରୋଧ ସମୟରେ ଶାନ୍ତି ବଜାୟ ରଖିବାକୁ ସେ ତାଙ୍କ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟ ମନ୍ତ୍ରୀ ତଥା ଏନସିପି ନେତା ଛଗନ ଭୁଜବଳ ବିରୋଧ ସମୟରେ ୭କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ସେ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ଓକିଲ ଗୁଣରତନ ସଦାଭର୍ତେଙ୍କ ବିରୋଧରେ ମରାଠା ସମ୍ପ୍ରଦାୟକୁ ଉତ୍ତେଜିତ କରିଥିବା ଅଭିଯୋଗ ଆଣୀଛନ୍ତି। ’ମରାଠା ସମ୍ପ୍ରଦାୟ ଫଡନାଭିସଙ୍କୁ ବହୁତ କିଛି ଦେଇଥିଲା। ଯଦି ଆପଣ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରନ୍ତି, ତେବେ ସମ୍ପ୍ରଦାୟର ଲୋକମାନେ ଆପଣଙ୍କୁ ବହୁତ ସମ୍ମାନ କରିବେ । ମରାଠା ସଂରକ୍ଷଣକୁ ସୁଗମ କରିବା ପାଇଁ ମହାରାଷ୍ଟ୍ର ସରକାର ସର୍ଭେ କରିନାହାଁନ୍ତି । ମରାଠାଙ୍କୁ ସଂରକ୍ଷଣ ଦେବା ପାଇଁ କୋଟା ସୀମାକୁ ୫୦ ପ୍ରତିଶତରୁ ଅଧିକକୁ ବୃଦ୍ଧି କରିବାକୁ ସରକାର ବିଚାର କରିବା ଉଚିତ।

Share