ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍ ବିଶ୍ରାମାଗାର ଉପରେ ମାଡିଯିବା ଘଟଣାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଘଟଣାର ୧୫ ଘଣ୍ଟା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ମଙ୍ଗଳବାର ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍ କୋରେଇ ଷ୍ଟେଶନ ଦେଇ ଗତି କରିଛି। ହେଲେ ଦୁର୍ଘଟଣା ପରେ କାମ ଶେଷ ହୋଇ ନ ଥିବାରୁ କୋରେଇ ଷ୍ଟେଶନରେ କୌଣସି ଟ୍ରେନ୍ ଅଟକିବ ନାହିଁ।