Categories: ଜାତୀୟ

ପ୍ରବାସୀ ଭାରତୀୟଙ୍କୁ ଅନ୍‌ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ ବିଚାର ଚାଲିଥିବା କହିଛନ୍ତି । କଂଗ୍ରେସ ନେତା ମୁରଲିଧରଙ୍କ ଦ୍ୱାରା ଉଠା ଯାଇଥିବା ପ୍ରଶ୍ନର ଉତ୍ତରରେ ରିଜିଜୁ ଏହା କହିଛନ୍ତି । କଂଗ୍ରେସ ନେତା କହିଥିଲେ ପ୍ରବାସୀ ଭାରତୀୟଙ୍କୁ ଅନଲାଇନ୍ ଭୋଟିଂ ସୁବିଧା ଦିଆଯାଉ । ରିଜିଜୁ ଆହୁରି ମଧ୍ୟ କହିଛନ୍ତି ଆମେ ନିର୍ବାଚନ କମିଶନଙ୍କ ସହ ପୂର୍ବରୁ ଆଲୋଚନା କରିଥିଲୁ କି ଦେଶ ବାହାରେ ରହୁଥିବା ଭାରତୀୟମାନେ କେମିତି ମତଦାନ କରିପାରିବେ । ହେଲେ ଯେ କୌଣସି ଘୋଷଣା କରିବା ପୂର୍ବରୁ ଏହାର ଦୂରୁପଯୋଗ, ସୁରକ୍ଷା ଓ ପାରଦର୍ଶିତା ଓ ଏହାର ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡିବ ।

Share