ଏଣିକି ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଦରକାର ନାହିଁ ଓଟିପି, ଆରବିଆଇ କରୁଛି ବଡ ପ୍ଲାନ

ନୂଆଦିଲ୍ଲୀ,୧୩।୨: ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଓ୍ବାନ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ଆବଶ୍ୟକ ହୋଇଥାଏ। ଟ୍ରାଞ୍ଜାକ୍ସନ ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଓଟିପି ଆସିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ ଟ୍ରାଞ୍ଜାକ୍ସନ ସୁରକ୍ଷିତ ଅଛି ବୋଲି ଜାଣିଥାଉ। ଅନେକ ଥର, ଏହି ଓଟିପି ଦ୍ୱାରା ମଧ୍ୟ ବଡ ବଡ ଠକେଇ ହୋଇଥିବା ମାମଲା ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ OTP ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି। ତେବେ ଏହାର ବିକଳ୍ପରେ ଆରବିଆଇ ଆଉ କଣ ସୁରକ୍ଷିତ ପ୍ରକ୍ରିୟା ଆଣିବ ଏବଂ ଏହା କେତେ ଦୂର ସୁରକ୍ଷିତ ରହିବ ଆସନ୍ତୁ ଜାଣିବା ପୁରା ମାମଲା।

ସମ୍ପ୍ରତି ସମୟରେ ଆରବିଆଇ ଅଥନେଟିକେଶନ ଫ୍ରେମଓ୍ବାର୍କ ଉପରେ କାମ କରୁଛି। ଯାହାଦ୍ୱାରା ଗ୍ରାହକମାନେ ସେମାନଙ୍କ ଅନଲାଇନ କାରବାର ପାଇଁ ଅତିରିକ୍ତ ସୁରକ୍ଷା ପାଇପାରିବେ। ଏଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ OTPର ବିକଳ୍ପ ଉପରେ ବିଚାର କରିବାକୁ କହିଛି। କିନ୍ତୁ ଆରବିଆଇ ସର୍ତ୍ତ ରଖିଛି ଯେ, କୌଣସି ବିକଳ୍ପ ବିଷୟରେ ଉଲ୍ଲେଖ ହେଉନା କାହିଁକି, ମୋବାଇଲ ଫୋନ ଏଥିରେ ବାଧ୍ୟତାମୂଳକ ହେବା ଉଚିତ।

ଓଟିପି ମାଧ୍ୟମରେ ଅନେକ ଠକେଇ ମାମଲା ସାମ୍ନାକୁ ଆସିଛି। ଲୋକଙ୍କ ସିମ ଅଦଳବଦଳ କରି କିମ୍ବା ଫୋନରେ ଓଟିପି ପାଇବା ଦ୍ୱାରା ଠକମାନେ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଓଟିପିର ବିକଳ୍ପ ଭାବରେ ଅଥନେଟିକେଟର ଆପ ଉଭା ହୋଇଛି। ଯେଉଁଥିରେ ଉପଭୋକ୍ତାମାନେ ନିଜ ଫୋନ ମାଧ୍ୟମରେ ଏହି ଆପରୁ ପାସୱାର୍ଡ ବା ଓଟିପି ପାଇପାରିବେ। ଏଥିରେ ଟୋକେନ ପରି ଅନେକ ବିକଳ୍ପ ମଧ୍ୟ ରହିଛି। କିନ୍ତୁ ଏଥିପାଇଁ ଏକ ଫୋନ ରହିବା ଆବଶ୍ୟକ।

ବଢୁଥିବା ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ରୁଟ ମୋବାଇଲର ଏମଡି ତଥା ସିଇଓ ରାଜଦୀପକୁମାର ଗୁପ୍ତା କହିଛନ୍ତି, ଏବେ ଟ୍ରୁଏନ୍ସି ଡିଭିଜନ ଆରମ୍ଭ କରିବାର ଆବଶ୍ୟକତା ରହିଛି। ବିଭିନ୍ନ ସର୍ଭିିସ ପ୍ରୋଭାଇଡର ତାଙ୍କ କମ୍ପାନୀ ଦ୍ୱାରା ପ୍ରତି ମୋବାଇଲକୁ ପ୍ରାୟ ୪୦୦ କୋଟି OTP ପଠାଇଥାନ୍ତି। କିନ୍ତୁ ଅନଲାଇନ କାରବାର ହେତୁ ଜାଲିଆତି ମାମଲା ମଧ୍ୟ ବଢିବାରେ ଲାଗିଛି।

ତେବେ ଆଗକୁ ଆରବିଆଇ ଦ୍ୱାରା ଓଟିପି-ଲେସ୍‌ ଅଥେଟେକିଶନ ଲଞ୍ଚ ହେବାକୁ ଯାଉଛି। ଯେଉଁଥିରେ ସର୍ଭିସ ପ୍ରୋଭାଇଡରଙ୍କ ସହ ଗ୍ରାହକଙ୍କ ସହ ସିଧାସଳଖ ସଂଯୋଗ ରହିବ। ଯେଉଁଥିରେ ମୋବାଇଲ ନମ୍ବର ଦ୍ୱାରା ହିଁ ସହଜରେ ଓ ସୁରକ୍ଷିତ ଭାବରେ ଅନଲାଇନ ଟ୍ରାଞ୍ଜାକ୍ସନ ହୋଇପାରିବ।

Share