Categories: ଜାତୀୟ

ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ନିର୍ବାଚନ ପରେ କ’ଣ ହେବାକୁ ଯାଉଛି କହିଲେ …

ଲକ୍ଷ୍ନୌ,୨୪।୫: ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେକୌଣସି ନିର୍ବାଚନରେ ତାଙ୍କର ଆକଳନ ଉପରେ ସମସ୍ତଙ୍କ ନଜର ରହିଥାଏ। କାରଣ ତାଙ୍କ ଆକଳନ ଅନେକ ମାତ୍ରାରେ ଠିକ୍‌ ସାବ୍ୟସ୍ତ ହୋଇଥାଏ। ଏମିତିରେ ଚଳିତ ଲୋକ ସଭା ନିର୍ବାଚନକୁ ନେଇ ସେ ଭାଜପା ସରକାର ପୁଣି ଆସିବ ବୋଲି କହି ଚର୍ଚ୍ଚାରେ ରହିଛନ୍ତି। ଏକ ସାକ୍ଷାତକାରରେ ପ୍ରଶାନ୍ତ କହିଛନ୍ତି ଯେ, ଭାଜପା ତୃତୀୟ ଥର ପାଇଁ ଦେଶରେ ସରକାର କରିବାକୁ ଯାଉଛି। ଦଳକୁ ପାଖାପାଖି ୩୦୦ ଆସନ ମିଳିବ।

ସେହିଭଳି ଯୋଗୀ ଆଦିତ୍ୟନାଥଙ୍କୁ ନେଇ ମଧ୍ୟ ସେ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଦିତ୍ୟନାଥଙ୍କୁ ହଟାଇବା ସହଜ ନୁହେଁ। ଏବେ ଭାଜପା ନେତୃତ୍ୱରେ ଅମିତ ଶାହାଙ୍କ ପରେ ତୃତୀୟ ନାମ ଯୋଗୀ ଆଦିତ୍ୟନାଥଙ୍କ ରହିଛି। ଏଣୁ ଉତ୍ତରପ୍ରଦେଶରେ ନେତା ବଦଳାଇବା ଏତେ ସହଜ ନୁହେଁ। ହେଲେ ରାଜ୍ୟକୁ ସମ୍ଭାଳିବା ଭାଜପା ଲାଗି ସହଜ ହେବ ନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ ଯେ, କିଛିଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ନେଇ କହିଥିଲେ ଯେ, ଭାଜପା ତୃତୀୟ ଥର ସରକାର ଗଠନ କଲେ ମୋଦି ଆଗାମୀ ୨ରୁ ୩ ମାସ ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀ ପଦରୁ ଯୋଗୀଙ୍କୁ ହଟାଇଦେବେ। ଏହି ବୟାନ ବେଶ ଭାଇରାଲ ହୋଇଥିବା ବେଳେ ଏବେ ପ୍ରଶାନ୍ତଙ୍କ ମନ୍ତବ୍ୟ ଆଲୋଚନା ପରିସରକୁ ଆସିଛି।

Share