ଏଣିକି ଥାନାରେ ଅମାନିଆ ପଢ଼ିବେ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୨୭।୬ (ସୂର୍ଯ୍ୟକାନ୍ତ ବେହେରା)ଟ୍ରାଫିକ ନିୟମ ଭଙ୍ଗ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନାରେ ଦଣ୍ଡିତ କରାଯାଉଛି। ଏପରିକି କୋର୍ଟରୁ ଜବତ ଗାଡ଼ି ମୁକୁଳାଇବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଦିନକୁ ଦିନ ଟ୍ରାଫିକ ନିୟମ ଉଲ୍ଲଂଘନ ଘଟଣା ବୃଦ୍ଧି ପାଉଛି। ସମୟର ମୂଲ୍ୟ ଆଗରେ ଅର୍ଥର ମୂଲ୍ୟ କମ୍‌ ବୋଲି ହୃଦବୋଧ କରି ଉଲ୍ଲଂଘନକାରୀମାନେ ଜରିମାନା ଦେଇ ଖସିଯିବାକୁ ସୁବିଧା ବାଟ ଭାବେ ଧରି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିକ୍ଷିତ ଶ୍ରେଣୀର। ଏଣୁ କମିଶନରେଟ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନ ରୋକିବାକୁ ଭିନ୍ନ ପନ୍ଥା ଗ୍ରହଣ କରିବାକୁ ଯାଉଛି। ଏଣିକି କୌଣସି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଜରିମାନାରେ ଦଣ୍ଡିତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଘଣ୍ଟାଏରୁ ଅଧିକ ସମୟ ଅଟକ ରଖି ସଡ଼କ ସୁରକ୍ଷା କିମ୍ବା ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ। ଉପସ୍ଥିତ ଥିବା ଟ୍ରାଫିକ କର୍ମଚାରୀ ତାଙ୍କୁ ପଚରାଉଚରା କରିବେ। ସଂପୃକ୍ତ ବ୍ୟକ୍ତି କେଉଁ କାରଣରୁ ନିୟମ ଭାଙ୍ଗିଲେ ସେ ନେଇ ପ୍ରଥମେ ପଚାରି ବୁଝିବେ । ଏହାପରେ ତାଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଇବେ । ଏଥିପାଇଁ ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ଏକ ସ୍ବତନ୍ତ୍ର ଗୃହ ସ୍ଥାପନ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଘରେ ଏକ ପ୍ରୋଜେକ୍ଟର ଲଗାଯାଇଛି, ଯେଉଁଥିରେ ସଂପୃକ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ବିଭିନ୍ନ ସହରର ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ। ସଂପୃକ୍ତ ବ୍ୟକ୍ତି ଯଦି ସେଠାରେ କୌଣସି ବଦମାସି କରନ୍ତି ତେବେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ଘରେ ବସାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବର୍ତ୍ତମାନ ଭୁବନେଶ୍ୱର ଟ୍ରାଫିକ ପୋଲିସ ପ୍ରତ୍ୟେକ ଦିନ ଜରିମାନା ଆଦାୟ କରୁଛି। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଏଣୁ ଏପରି ପଦକ୍ଷେପ ନିଆଯିବାକୁ ଚିନ୍ତା କରାଯାଉଛି। ଆଲୋଚନା ପରେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନିମନ୍ତେ ପ୍ରସ୍ତୁତ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଅଧିକାଂଶ ଶିକ୍ଷିତ ଲୋକ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସୁଛି। ଜାଣିଶୁଣି ସେମାନେ ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ଭାବୁଛନ୍ତି କିଛି ଟଙ୍କା ଦେଇ ଜରିମାନା ରସିଦ ନେଇଗଲେ ତାଙ୍କ କାମ ଶେଷ। କିନ୍ତୁ ପ୍ରକୃତରେ ସେମାନେ ଜାଣିଶୁଣି ବିପଦକୁ ଡାକୁଛନ୍ତି ବୋଲି ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଯଦି ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଥାନାକୁ ଅଣାଯାଇ ଏକ ଘଣ୍ଟା ବସାଯିବ ତେବେ ତାହା ଦ୍ୱାରା ତାଙ୍କର ସମୟ ନଷ୍ଟ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିଲେ ସେଥିରେ ବାଧା ଉପୁଜିବ। ଫଳରେ ସେ ଆଗାମୀ ଦିନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଆଶାବାଦୀ ଅଛି ପୋଲିସ। ଆଗାମୀ କିଛିଦିନ ମଧ୍ୟରେ ଏହି ଯୋଜନା ପ୍ରଥମେ ଏଜି ଛକରେ ଆରମ୍ଭ କରାଯିବ ଓ ପରେ ଏହାକୁ ଅନ୍ୟ ଛକ ସ୍ଥାନଗୁଡିକରେ କାର୍ଯ୍ୟକାରୀ କରାଯିବ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ଭେଟିଲେ ଅସନ୍ତୁଷ୍ଟ କର୍ପୋରେଟର

ଭୁବନେଶ୍ୱର,୫।୧୦(ବନ୍ଦନା ସେଠୀ):ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୨୯ ବିଜେଡି କର୍ପୋରେଟରଙ୍କ ସହ ପ୍ରାୟ ୫ଜଣ ପୂର୍ବତନ କର୍ପୋରେଟର ଶୁକ୍ରବାର ନବୀନ ନିବାସ ଯାଇ...

ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା, ଇଂଜିନିୟରିଂ ହଷ୍ଟେଲରେ ଉତ୍ତେଜନା

ଭୁବନେଶ୍ୱର, ୫।୧୦: ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ...

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri