କାଠମାଣ୍ଡୁ,୧୬ା୯: ନେପାଳର ପାଶୁପତିନାଥ ମନ୍ଦିରରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ବାରଣ ରହିଛି। ଯଦି ଲୋକେ ନ ମାନନ୍ତି ତେବେ ଧରାପଡ଼ିଲେ ଲୋକଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ମୁଖ୍ୟ ମନ୍ଦିର କମ୍ପ୍ଲେକ୍ସ ଭିତରେ ଫଟୋଗ୍ରାଫ ଏବଂ ଭିଡିଓ ଶୁଟିଂ ନ କରିବାକୁ ତୀର୍ଥଯାତ୍ରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।
ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ସର୍ବଶେଷ ଚେତାବନୀ ତିଜ ପର୍ବ ପୂର୍ବରୁ ଆସିଛ। ତିନି ଦିନିଆ ତିଜ ମହୋତ୍ସବ ରବିବାରଠାରୁ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ମୁଖ୍ୟ ମନ୍ଦିର ପରିସରରେ ଭିଡିଓ ପ୍ରସ୍ତୁତ କରୁଥିବା ଏବଂ ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ସାଇବର ଅପରାଧ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।