ଜୟପୁର,୨୧।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଉଭୟ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା ଉଦୟପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ଆଲୋକ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଛନ୍ତି। ଏଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଆଳୁରୁ ସୁନା ବାହାରିବ ବୋଲି ମିଥ୍ୟା କହି ସେ ଚାଲିଯାଇଥିଲେ। ଏହା ତାଙ୍କ ନିଜର ବିବୃତ୍ତି, ଯାହା ସେ ଆମ ଉପରେ ଲଗାଇଦେଇତତ୍ଲେ। ଶ୍ମଶାନ ଏବଂ ଶବଦାହ ନାମରେ ପ୍ରଧାନମନ୍ତ୍ରୀ ଭୋଟ ମାଗୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମଧ୍ୟ କହିବା ଆରମ୍ଭ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରିବ ନାହିଁ।