ଏସ୍‌ବିଆଇ ମଧ୍ୟ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ

ନୂଆଦିଲ୍ଲୀ,୧୪।୯: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଷ୍ଟକ୍‌ ମାର୍କେଟ୍‌ରେ ଭଲ ପ୍ରଦର୍ଶନ କରିଛି। ବୁଧବାର କାରବାରରେ ଏସ୍‌ବିଆଇ ଶେୟାରର ମୂଲ୍ୟ ପ୍ରାୟ ୨.୫୦% ବୃଦ୍ଧି ପାଇ ୫୭୫ ଟଙ୍କାରେ ପହଞ୍ଚିଛି। ଏଥିସହ ବ୍ୟାଙ୍କର ମାର୍କେଟ କ୍ୟାପ୍‌ ୫ ଲକ୍ଷ କୋଟି ଅତିକ୍ରମ କରିଛି। ଏହି ସ୍ତର ହାସଲ କରିବାରେ ଏସ୍‌ବିଆଇ ଦେଶର ତୃତୀୟ ବ୍ୟାଙ୍କ ହୋଇଛି।

ବର୍ତ୍ତମାନ ଏସ୍‌ବିଆଇର ମାର୍କେଟ କ୍ୟାପ୍‌ ବିଏସ୍‌ଇରେ ୫.୧୦ କୋଟି ଟଙ୍କା ରହିଛି। ଏହାପୂର୍ବରୁ ଦୁଇଟି ବେସରକାରୀ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍‌ ହାସଲ କରିଥିଲେ। ଏବେ ଆଇସିଆଇସିଆଇର ମ୍ୟାର୍କେଟ କ୍ୟାପ୍‌ ୬.୪୦ ଲକ୍ଷ କୋଟିରୁ ଅଧିକ ଥିବା ବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମାର୍କେଟ କ୍ୟାପ୍‌(ଏମ୍‌ କ୍ୟାପ୍‌) ପ୍ରାୟ ୮.୫୧ କୋଟି ଟଙ୍କା ରହିଛି। ମାର୍କେଟ କ୍ୟାପ୍‌ ଦୃଷ୍ଟିରୁ ଏଚ୍‌ଡିଏଫ୍‌ସି ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଅଟେ।

Share