ଭୋପାଳ,୧୮।୭: ଦେଶରେ ପେଟ୍ରୋଲ୍ ଏବଂ ଗ୍ୟାସ୍ ସହିତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ବଢ଼ି ଚାଲିଛି। ଏପରିସ୍ଥଳେ ମଧ୍ୟପ୍ରଦେଶରେ ଏବେ ସେଲ୍ଫି ବି ମହଙ୍ଗା ହୋଇଛି। ମନ୍ତ୍ରୀଙ୍କ ସହିତ ଫଟୋ ଉଠାଇଲେ ଲୋକଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ ବୋଲି ଖୋଦ୍ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ଏଭଳି ଘୋଷଣା କରିଛନ୍ତି। ସଂଗୃହୀତ ଟଙ୍କା ଭାଜପା ସଂଗଠନରେ ବିନିଯୋଗ ହେବ ବୋଲି ସେ ସୂଚନା ଦେଇଛନ୍ତି। ଖଣ୍ଡଓ୍ବା ଗସ୍ତ ସମୟରେ ଉଷା ଏଭଳି କହିଛନ୍ତି। ସେହିପରି ଫୁଲ ତୋଡ଼ା ଦେଇ ସ୍ବାଗତ କରିବା ବଦଳରେ ଶିକ୍ଷଣୀୟ ପୁସ୍ତକ ପ୍ରଦାନ କରିବାକୁ ସେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।