ଏବେ ‘ଫର୍ଜି’ ନୋଟ ମାଧ୍ୟମରେ ମାଲାମାଲ ହେଲେ ଶାହିଦ

ମୁମ୍ବାଇ: ଏବେ ବଲିଉଡ ଅଭିନେତା ଶାହିଦ କପୁରଙ୍କ ନାମ ସେହିସବୁ ଆକ୍ଟରଙ୍କ ସହ ସାମିଲ ହେବାକୁ ଯାଉଛି ଯେଉଁମାନେ ଓଟିଟିରେ କମାଲ କରି ସାରିଛନ୍ତି । ଅଲି ଫାଜଲ, ଅଭିଶେକ ବଚ୍ଚନ, ବିବେକ ଓବରୟ, ସୁନିଲ ସେଟ୍ଟିଙ୍କ ପରି ଅଭିନେତାଙ୍କ ଭଳି ଶାହିଦ କପୁର ବି ୱେବ ସିରିଜ ଆଡେ ମନ ବଳାଇଛନ୍ତି । ଶାହିଦ ‘ଫର୍ଜି’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ଏଥିରେ ତାଙ୍କ ସହ ସାଉଥ ସୁପରଷ୍ଟାର ବିଜୟ ସେତୁପତି ଓ ରାଶି ଖନ୍ନାଙ୍କୁ ଦେଖିବାକୁ ମିଳିବ । ନିକଟରେ ୱାର୍ଲଡ ଶାହିଦଙ୍କ ମୋଶନ ପୋଷ୍ଟର ରିଲଜ୍ କରିଥିଲା । ଏଥିରେ ସେ ନୋଟର ବିଛଣା ଉପର ଶୋଇଥିବା ଦେଖାଯାଇଥିଲା । ଏବେ କ୍ରାଇମ ଥ୍ରୀଲରରେ ତାଙ୍କର ନୂଆ ଭିଡିଓ ବି ରିଲିଜ୍ କରାଯାଇଛି ।
ଅପକମିଂ କ୍ରାଇମ ଥ୍ରୀଲର ଫର୍ଜିରୁ ‘ଆର୍ଟିଷ୍ଟ’ ସନିଙ୍କ ଝଲକ ପାଇଁ ଦର୍ଶକଙ୍କୁ ଅପେକ୍ଷା କରାଇବା ମଧ୍ୟରେ ଫାଇନାଲି ଏବେ ପ୍ରାଇମ ଭିଡିଓ ଶାହିଦ କପୁରଙ୍କ କ୍ୟାରେକ୍ଟର ଭିଡିଓ ବି ରିଲିଜ୍ କରିଦେଇଛି ଏହି ଭିଡିଓରେ ସନି ଓରଫ ଆର୍ଟିଷ୍ଟ ତାଙ୍କର କ୍ରିଏଟିଭ ସ୍କିଲ୍ସର ବ୍ୟବହାର କରି ଏକ ଭଲ ଜୀବନ ବଞ୍ଚିବାକୁ ନକଲି ନୋଟ ତିଆରି କରିବା ପାଇଁ ଆଗେଇ ଆସିଛନ୍ତି ।
ଭିଡିଓରେ ରାଶି ଖାନ୍ନାଙ୍କ ଏକ ଝଲକ ବି ଦେଖିବାକୁ ମିଳିଛି । ଫର୍ଜିର ଟ୍ରେଲର ପୂର୍ବରୁ ରିଲିଜ ହୋଇସାରିଛି । ଯେଉଁଥିରେ ଶାହିଦ, ବିଜୟ ସେତୁପତି ଓ ରାଶି ଖାନ୍ନା ଦର୍ଶକଙ୍କୁ ଇମ୍ପ୍ରେସ କରିପାରିବାରେ ସଫଳ ହୋଇଛନ୍ତି ।

Share