ଏବେ ସୋମବାର ଛାତ୍ରୀଛାତ୍ର ଖାଇବେ ଅଣ୍ଡା

ଭବାନୀପାଟଣା,୪ା୪(ଉତ୍ତମ କୁମାର ଦାଶ): ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରବହମାନ ଧାରାରେ ଶିବ ଉପାସନା ବହୁ ପ୍ରାଚୀନ। ଫଳସ୍ବରୂପ ଗାଁଠାରୁ ସହରଯାଏ ସୋମବାର ଦିନଟିକୁ ମହାପ୍ରଭୁ ଶିବଙ୍କ ବାର ବୋଲି ଲୋକେ ମାନି ଚଳିଆସୁଛନ୍ତି। ଏହି ଦିନ ଅଧିକାଂଶ ପରିବାରରେ ଆମିଷ ଭୋଜନକୁ ବାରଣ କରାଯାଇଥାଏ। ପରିବାରର ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ସୋମବାର ଆମିଷଠାରୁ ଦୂରେଇ ରୁହନ୍ତି। କିନ୍ତୁ ଭାଜପାର ଡବଲ ଇଞ୍ଜିନ ସରକାର ତାହାକୁ ଯେମିତି ଭୁଲିଗଲେଣି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଲଡୁ ଓ ଅଣ୍ଡା ଯୋଗାଇବାକୁ ଯାଇ ସରକାର ସୋମବାର ଅଣ୍ଡା ଖାଇବା ବ୍ୟବସ୍ଥା ହାତକୁ ନେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଶିଶୁ ଅବସ୍ଥାରୁ ଶୈବଧର୍ମର ସବୁ ସିଦ୍ଧାନ୍ତକୁ ଭୁଲିଯିବା ରାସ୍ତାରେ ଛାତ୍ରଗୋଷ୍ଠୀଙ୍କୁ ନେବାର ଏହା କି ପ୍ରକାର ନିଷ୍ପତ୍ତି ବୋଲି ଆଲୋଚନା ହେଉଛି। ବିଦ୍ୟାଳୟରେ ପ୍ରତି ସପ୍ତାହରେ ଦୁଇଥର ଅଣ୍ଡା ଦିଆଯାଉଥିଲା। ଏବେ ସୋମବାର ଦିନକୁ ଯୋଡ଼ାଯାଇଛି। ସୋମବାର, ବୁଧବାର ଓ ଶୁକ୍ରବାର ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର ଓ ଶନିବାର ମାଣ୍ଡିଆରେ ପ୍ରସ୍ତୁତ ପୋଷଣଯୁକ୍ତ ଲଡୁକୁ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଦିଆଯିବ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ୩ଟି ଲେଖାଏ ଲଡୁ ଓ ଅଣ୍ଡା ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂହ ସମସ୍ତ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ତେବେ ପାଚିକା ସହାୟିକାମାନେ ଏହି ଲଡୁ ତିଆରି କରିବେ। ଗୋଟିଏ ଲଡୁ ପାଇଁ ଖର୍ଚ୍ଚ ୩ଟଙ୍କା ୫୦ପଇସା ଧାର୍ଯ୍ୟ କରାଯାଇଛି। କିନ୍ତୁ ପ୍ରତି ଲଡୁ ପ୍ରସ୍ତୁତିରେ ମାତ୍ର ୩ଟଙ୍କା ୨୪ ପଇସା ଓ ଲଡୁ ତିଆରି କରିବା ଲାଗି ୨୬ପଇସା ରଖାଯାଇଛି। ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ରାଶି, ଗୁଜରାତି ଓ ଅଳେଇଚ ସମିଶ୍ରଣରେ ପ୍ରସ୍ତୁତି ହେବ। ସକାଳ ପ୍ରାର୍ଥନା ପରେ ଲଡୁ ବଣ୍ଟାଯିବ। ସ୍ଥାନୀୟ ବଜାରରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ୧୫ଦିନିଆ ଭିତ୍ତିରେ ଲଡୁ ପାଇଁ ସମସ୍ତ ସାମଗ୍ରୀ କିଣି ମହଜୁଦ ରଖିବେ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ନିୟମିତ ଚାଲିବ। ହେଲେ ଏଥିନିମନ୍ତେ ଆର୍ଥିକ ଅନୁଦାନ କେବେ ଆସିବ ଏବଂ ଶିଶୁ ବାଟିକାରେ ଯୋଡି ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ନେଇ କୌଣସି ସୂଚନା ବିଦ୍ୟାଳୟରେ ପହଞ୍ଚତ୍ନାହିଁ। ସେପଟେ ସମସ୍ତ ବିଦ୍ୟାଳୟରେ ୨୯ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଶିଶୁ ବାଟିକାରେ ପ୍ରବେଶ ଉତ୍ସବ ଏପ୍ରିଲ ୨ରୁ ଆରମ୍ଭ ହୋଇଛି। ସେ ଭିତରେ ପିଏମ୍‌ ପୋଷଣ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାକୁ ପଡିବ। ଲଡୁର ଗୁଣବତ୍ତା ପରୀକ୍ଷା ନିରୀକ୍ଷା ଦାୟିତ୍ୱ କାହାର ତାହା ଏବେ ପ୍ରଶ୍ନ। ୩ଟଙ୍କା ୨୪ପଇସାର ଲଡୁ ସ୍ବାସ୍ଥ୍ୟଲାଗି କେତେ ଫଳପ୍ରଦ ତାହା ସମୟ କହିବ। ଆସନ୍ତା ସୋମବାରରୁ ପ୍ରଥମଥର ପାଇଁ ଛାତ୍ରୀଛାତ୍ରଙ୍କୁ ଅଣ୍ଡା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଫରେନ୍‌ସିକ୍‌ ସେବାରେ ୨୪୭, ପବ୍ଲିକ୍‌ ପ୍ରସିକ୍ୟୁଶନରେ ୨୬୭ ପଦ ସୃଷ୍ଟି

ଭୁବନେଶ୍ୱର,୯ା୪: ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍‌ସିକ୍‌ ସାଇନ୍ସ ସର୍ଭିସ୍‌ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ...

ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କଲା ଆମେରିକା, ଆସନ୍ତାକାଲି ଭାରତରେ ପହଞ୍ଚତ୍ପାରନ୍ତି

ନୂଆଦିଲ୍ଲୀ,୯ା୪: ୨୦୦୮ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହଉର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ...

ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ

ବାଲିଗୁଡ଼ା,୯।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ସିଆରପିଏଫ’ର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ...

ସ୍ୱାମୀ ସ୍ତ୍ରୀ କଳହରୁ ଡିନାମାଇଟ ବିସ୍ଫୋରଣ: ଉଡ଼ିଲା ଛାତ ଅଳ୍ପକେ ବର୍ତ୍ତିଲେ ୩ ପରିବାର

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର...

ବେଆଇନ ମହୁଲ ଫୁଲ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅବକାରୀ ବିଭାଗର ଚାବୁକ

ଦାରିଙ୍ଗବାଡି,୯।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଛୋଟ...

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗୀର,୯।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା...

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri