ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍‌ଶୀଘ୍ର ଏହି ଟେକ୍ନୋଲଜି ଆଣିବାକୁ ଯାଉଛି। ବିମାନ ଉଡାଣ ପୂର୍ବରୁ ଏବଂ ପରେ ଏହା ପାଇଲଟ ହାଲିଆ ଅଛନ୍ତି କି ନାହିଁ ଏହି ଟେକ୍ନୋଲଜି ଦ୍ୱାରା ସୂଚନା ମିଳିପାରିବ। ଏହାଦ୍ୱାରା ପାଇଲଟମାନେ ହାଲିଆ ଥିବା ଦର୍ଶାଇ ଛୁଟି ମଧ୍ୟ ନେଇପାରିବେ।

ଇଣ୍ଡିଗୋ କମ୍ପାନୀ ଫ୍ରେଞ୍ଚ ଏରୋସ୍ପେସ ଥାଲେସ ଗ୍ରୁପ ସହିତ ମିଶି ଏହି ଉପକରଣ ପ୍ରସ୍ତୁତ କରିବ।
ପାଇଲଟଙ୍କ ସ୍ବାସ୍ଥ୍ୟ, ମାନସିକ ସନ୍ତୁଷ୍ଟି ଓ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି।

ସୂଚନାଯୋଗ୍ୟ, ଇଣ୍ଡିଗୋ କମ୍ପାନୀ ଦୈନିକ ପ୍ରାୟ ୧୯୦୦ ବିମାନ ଚଳାଚଳ କରିଥାଏ। କମ୍ପାନୀର ୪ହଜାରରୁ ଅଧିକ ପାଇଲଟ ପ୍ରତିଦିନ ୪ଟି ଟେକ୍‌ ଅଫ ଏବଂ ଲ୍ୟାଣ୍ଡିଂ କରଥା’ନ୍ତି।

Share