ଭୁବନେଶ୍ୱର,୨୨।୫(ବ୍ୟୁରୋ): ପ୍ରଥମେ ବୟସ୍କଙ୍କ ପରେ ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’। ଏବେ ଏହି ସୁବିଧା ଭୁବନେଶ୍ୱର ସହରରେ ବସବାସ କରୁଥିବା ଭିନ୍ନକ୍ଷମଙ୍କୁ ମିଳିବ ବୋଲି ବିଏମ୍ସି କମିଶନର ସଞ୍ଜୟ ସିଂ ଶନିବାର ସୂଚନା ଦେଇଛନ୍ତି।
ପୂର୍ବରୁ କେବଳ ବୟସ୍କ ଲୋକଙ୍କ ଘରକୁ ଯାଇ ସାମ୍ପଲ ଅଣାଯାଉଥିଲା। ନଚେତ ସେମାନଙ୍କୁ ଗାଡ଼ିରେ ନେଇ ଟିକା ଦେଇ ଘରେ ଛଡ଼ାଯାଉଥିଲା। ରବିବାରଠାରୁ ଭିନ୍ନକ୍ଷମଙ୍କୁ ମଧ୍ୟ ନିଜ ଘରେ ଏହି ସୁବିଧା ଯୋଗାଇ ଦିଆଯିବ। ତେବେ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିବା ଭିନ୍ନକ୍ଷମଙ୍କୁ ଏହି ସୁବିଧା ମିଳିବ ବୋଲି ସେ କହିଛନ୍ତି।
ଏହାଛଡ଼ା ବିଭିନ୍ନ ହାଉସିଂ ସୋସାଇଟିରେ ମାସ୍ ଟେଷ୍ଟିଂ ସୁବିଧା ବି କରାଯିବ। ଏଥିପାଇଁ ଯେଉଁ ସୋସାଇଟି ଚାହିଁବେ ଜେଡିସି ବା ୧୯୨୯କୁ ଫୋନ୍ କରି କହିବେ ବୋଲି ସେ ମଧ୍ୟ କହିଛନ୍ତି।