Advertisement

ଏଣିକି ନିଜ ପାଇଁ ନିଜେ ଲଢ଼ି ଶିଖିବେ ଝିଅ

ଜି.ଉଦୟଗିରି ୭।୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଆଠ ଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛ। ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ଆତ୍ମସୁରକ୍ଷା ତାଲିମ ନେବା ପରେ ନିଜ ସୁରକ୍ଷା ନେବା ସହ ବିପଦରେ ପଡିଥିବା ମହିଳା ମାନଙ୍କୁ ସୁରକ୍ଷା ଦେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଶିଶିର ପଟ୍ଟନାୟକ, ସ୍ଥାନୀୟ ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଦାସ , ଅଧ୍ୟାପିକା ଡ଼ ବବିତା ରାଣୀ ପଟ୍ଟନାୟକ, ଅଧ୍ୟାପିକା ମିନତୀ ଦାଶ, ଅଧ୍ୟାପିକା ସୁଧାରଣୀ ପାତ୍ର, ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ନୋଡାଲ ଅଫିସର ଅଧ୍ୟାପିକା ସସ୍ମିତା ଦାଶ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ମାନସୀ ପ୍ରଧାନ ଓ ଅନିତା ନାୟକ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଶିଖାଇଥିଲେ । ଏହି ତାଲିମ ଶିବିର ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share