Categories: ଖେଳ

ଭିନେଶଙ୍କ ମାମଲାରେ ନୂଆ ଟ୍ବିଷ୍ଟ, ଏବେ ଓଜନ ମାପିବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ ଭିନେଶଙ୍କୁ ଫାଇଦା କ’ଣ ହେବ

ନୂଆଦିଲ୍ଲୀ,୧୩।୮: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଛି। ଏଥର ମୋଟ ୮୪ଟି ଦେଶ ଏହି ମହାକୁମ୍ଭ କ୍ରୀଡ଼ାରେ ପଦକ ଜିତିଛନ୍ତି । ଆମେରିକା ୧୨୬ ପଦକ ସହିତ ଟେବୁଲର ଶୀର୍ଷରେ ଅଛି । ୬ଟି ପଦକ ସହ ଭାରତ ୭୧ତମ ସ୍ଥାନରେ ରହିଛି। ଭାରତ ସାତୋଟି ପଦକ ଜିତି ପାରିଥାନ୍ତା, ଫାଇନାଲ ପୂର୍ବରୁ ୧୦୦ ଗ୍ରାମ ଓଜନ ହେତୁ ଷ୍ଟାର ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ହୋଇଥିଲେ। ବର୍ତ୍ତମାନ ଖବର ହେଉଛି ଯେ ଭିନେଶ ମାମଲା ପରେ ୟୁନାଇଟେଡ ୱାଲର୍‌ଡ ରେସଲିଂ (UWW) କୁସ୍ତିମାନଙ୍କ ଓଜନ ମାପିବା ନିୟମ ପରିବର୍ତ୍ତନ କରିବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ୟୁନାଇଟେଡ ୱାଲର୍‌ଡ ରେସଲିଂ (UWW) କୁସ୍ତିମାନଙ୍କ ଓଜନ ମାପିବା ନିୟମରେ ପରିବର୍ତ୍ତନ ହୋଇପାରେ। ତଥାପି, ନିୟମରେ କେଉଁ ପରିବର୍ତ୍ତନ କରାଯିବ ଏବଂ ନୂତନ ନିୟମ କିପରି କାର୍ଯ୍ୟ କରିବ ତାହା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କହିରଖିଛୁ ଯେ, ନିୟମର ପରିବର୍ତ୍ତନ ହେତୁ ଭିନେଶ ଫୋଗଟଙ୍କୁ ଫାଇଦା ମିଳିବ ନାହିଁ। କାରଣ ପରବର୍ତ୍ତୀ ଟୁର୍ନାମେଣ୍ଟରୁ ନୂତନ ନିୟମ ପ୍ରଯୁଜ୍ୟ ହେବ।

 

Share