କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ ଉପରେ ନଜର ରଖିଛନ୍ତି। କରୋନା ଯୋଗୁ କିଛି ସମୟ କ୍ରିକେଟଠାରୁ ଦୂରରେ ରହିବା ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନିଜ ଘରେ ରହି ଏବେ ନିଆରା କାର୍ଯ୍ୟ କରୁଛନ୍ତି। ପନ୍ତ ମଧ୍ୟ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ପନ୍ତ ବଗିଚାରେ ଘାସ କାଟୁଥିବା ଦେଖାଯାଏ। ପନ୍ତ ଏହି ଭିଡିଓକୁ ଟୁଇଟ୍ରରେ ଶେୟାର କରି ଲେଖିଛନ୍ତି ଯେ, ଏହା ଏକ ହୃଦୟ ବିଦାରକ ଶକ୍ତି। ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ ବ୍ରେକ, କିନ୍ତୁ ଘରେ ସକ୍ରିୟ ରହିବାକୁ ନେଇ ଖୁସି ବୋଲି ସେ କହିଛନ୍ତି।
Ye Dil Mange "Mower"!
Forced quarantine break but happy to be able to stay active while indoors. Please stay safe everyone.#RP17 pic.twitter.com/6DXmI2N1GY— Rishabh Pant (@RishabhPant17) May 11, 2021