ଟ୍ବିଟରର ନୂଆ ଫିଚର୍ସ:ଲଗ୍‌ ଇନ୍‌ ନ କଲେ ଦେଖି ପାରିବେ ନାହିଁ ଟ୍ବିଟ୍‌

ଓ୍ବାଶିଂଟନ୍‌,୧।୭:ସମ୍ପ୍ରତି ସମୟ ଏବଂ ୟୁଜର୍ସଙ୍କ ଚାହିଦାକୁ ଆଖି ଆଗରେ ରଖି ଟ୍ବିଟରରେ ବିଭିନ୍ନ ବିଭିନ୍ନ ପ୍ରକାର ଫିଚର୍ସକୁ ଯୋଡା ଯାଉଛି ଏବଂ କିଛିକୁ ପରିବର୍ତ୍ତନ ମଧ୍ୟ କରାଯାଉଛି। ଟ୍ବିଟର ଏକ ନୂଆ ଫିଚର୍ସ ଆଣିଛି ଯାହାଦ୍ୱାରା ୟୁଜର୍ସ ଲଗ୍‌ ଇନ ନ କଲେ କୌଣସିି ଟ୍ବିଟ୍‌ ଦେଖିପାରିବେ ନାହିଁ। ଯାହାର ଅର୍ଥ ଯଦି ଆପଣ ଏକ ଟୁଇଟ ଦେଖିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଟ୍ବିଟ୍‌ରରେ ନିଜ ଆକାଉଣ୍ଟ ଖୋଲିବାକୁୁ ପଡିବ। ଟ୍ବିଟର ମାଲିକ ଏଲନ ମସ୍କ ନୂଆ ଫିଚର୍ସକୁ ନେଇ କହିଛନ୍ତି, ଆମର ତଥ୍ୟ ଲୁଟ ହେଉଛି। ଯାହା ସାଧାରଣ ୟୁଜର୍ସଙ୍କୁ ଆମ ପକ୍ଷରୁ ଅସମ୍ମାନ ସେବା ଅଟେ।

Share