Categories: ଜାତୀୟ

ଏବେ ହେଲମେଟ ପିନ୍ଧିଲେ ବି ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦ ।୫: ଦେଶରେ ପ୍ରତିଥର ଗାଡି ଚାଳକଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଉଛି । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଏବେ ଜଣେ ବ୍ୟକ୍ତି ହେଲମେଟ ପିନ୍ଧିଥିଲେ ବି ୨୦୦୦ ଟଙ୍କା ଚାଲାଣ କଟିପାରେ । ଏବେ ପ୍ରଶ୍ନ ଉଠୁଛି ଏହା କିପରି ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ୨ ଚକିଆ ଯାନ ଚଳାଇବା ବେଳେ ଯଦି କେହି ହେଲମେଟର ଷ୍ଟ୍ରିପ ବାନ୍ଧି ନ ଥିବେ ତେବେ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ପୁଣି ଯଦି ଜଣେ ଦୋଷପୂର୍ଣ୍ଣ ହେଲମେଟ (ବିନା ବିଆଇଏସ) ହେଲମେଟ ପିନ୍ଧିଥିବେ ତେବେବି ତାଙ୍କୁ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ଏସବୁ ଏଇଥିପାଇଁ କରାଯାଉଛି କି ସଡକ ଦୁର୍ଘଟଣାରେ ଜୀବନ ବଞ୍ଚାଇ ହେବ ।

Share