ଏଣିକି ଓ୍ବେବ୍‌ସାଇଟ୍‌ରୁ ପାଇପାରିବେ ନିଜର କରୋନା ଟେଷ୍ଟ ରିପୋର୍ଟ: ନୂତନ ବ୍ୟବସ୍ଥା ବିଷୟରେ ଜାଣନ୍ତୁ

ଭୁବନେଶ୍ୱର,୨୨।୫(ବ୍ୟୁରୋ): କରୋନା ପରୀକ୍ଷା ସମ୍ପର୍କିତ ରିପୋର୍ଟ ଏବେ ଘରେ ବସି ପାଇହେବ। କାରଣ ଏଣିକି ଓ୍ବେବ୍‌ସାଇଟ୍‌ରେ ଟେଷ୍ଟ ରିପୋର୍ଟ ମିଳିବା ନେଇ ଶନିବାର ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

ନୂତନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କୋଭିଡ୍‌ ଡାସ୍‌ବୋର୍ଡ ଏବଂ କୋଭିଡ-୧୯ ଓ୍ବେବ୍‌ସାଇଟ୍‌ ଖୋଲି ଯେକେହି ନିଜର ରିପୋର୍ଟ ପାଇପାରିବେ। ଏଥିପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଶୀଘ୍ର ଏବଂ ସୁବିଧାରେ ଓ୍ବେବ୍‌ସାଇଟ୍‌ରେ ଉଭୟ ଆଣ୍ଟିଜେନ୍‌ ଏବଂ ଆର୍‌ଟିପିସିଆର୍‌ ରିପୋର୍ଟ ମିଳିବ।

ଓ୍ବେବ୍‌ସାଇଟ୍‌କୁ ଯାଇ ‘ନୋ ୟୋର୍‌ ଟେଷ୍ଟ ରିପୋର୍ଟ’କୁ କ୍ଲିକ୍‌ କରନ୍ତୁ। ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ଦେବା ବେଳେ ଦେଇଥିବା ନିଜ ମୋବାଇଲ୍‌ ନମ୍ବର ନଚେତ ଟେଷ୍ଟିଂ ନମ୍ବର ସେଠାରେ ଦେବାକୁ ହେବ। ଏହା ପରେ ଆପଣଙ୍କୁ ଏକ ଓଟିପି ଆସିବ, ଯାହାକୁ ସବ୍‌ମିଟ୍‌ କରିବା ପରେ ଟେଷ୍ଟ ରିପୋର୍ଟ ଦେଖାଯିବ ବୋଲି ସଚିବ କହିଛନ୍ତି।

Share