ଟିଭିରେ ପ୍ରସାରିତ ହେବ ସୁପରହିଟ୍‌ ଫିଲ୍ମ ‘କାନ୍ତାରା’

ମୁମ୍ବାଇ: ଅଭିନେତା ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ୨୦୨୨ର ସବୁଠାରୁ ବଡ ବ୍ଲକବଷ୍ଟର ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି କେବଳ କନ୍ନଡ଼ରେ ନୁହେଁ ହିନ୍ଦୀରେ ଏବଂ ଅନ୍ୟ ଭାଷାରେ ମଧ୍ୟ ହିଟ୍‌ ମଧ୍ୟ ହୋଇଥିଲା। ପ୍ରେକ୍ଷାଳୟ ପରେ ଫିଲ୍ମଟି ଓଟିଟିରେ ମଧ୍ୟ ସୁପରହିଟ୍‌ ହୋଇଥିଲା। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ‘କାନ୍ତାରା’ର ତେଲୁଗୁ ଭର୍ସନ ଓ୍ବାଲର୍‌ଡ ଟିଭି ପ୍ରମିୟର ପାଇଁ ପ୍ରସ୍ତୁତି ହେଉଛି। ରିପୋର୍ଟ ଅନୁଯାୟୀ, ଷ୍ଟାର ମା ଚ୍ୟାନେଲ ଜାନୁୟାରୀ ୨୨ରେ ସା ୬ଟାରେ ତେଲୁଗୁ ଭାଷାରେ କାନ୍ତାରା ପ୍ରସାରିତ ହେବ। ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମ ‘କାନ୍ତାରା’ ଭାରତୀୟ ସିନେମାରେ ଅନେକ ରେକର୍ଡ ଭାଙ୍ଗିଥିଲା। କନ୍ନଡ ସିନେମାରେ ଆଜି ପର୍ଯ୍ୟନ୍ତ ‘କାନ୍ତାରା’ ଦ୍ୱିତୀୟ ଚଳଚ୍ଚିତ୍ର, ଯାହା ସାରା ବିଶ୍ୱରେ ବକ୍ସ ଅଫିସରେ୪୦୦ କୋଟିରୁ ଅଧିକ ଆୟ କରିଥିଲା।

Share