ଛୋଟ ଗୋଲ୍ଡ ବଲ୍ କିମ୍ବା ଡାଇମଣ୍ଡ ନୋଜ୍ ପିନ୍ ସିମ୍ପଲ ଏବଂ ଆଟ୍ରାକ୍ଟିଭ୍ ଲୁକ୍ ଦେଇଥାଏ। ଏହାକୁ ସବୁ ଆଉଟ୍ଫିଟ୍ରେ ପିନ୍ଧିଲେ ଡିସେଣ୍ଟ ଲାଗୁଥିବାରୁ ଅନେକେ ବେଶ୍ ପସନ୍ଦ କରୁଛନ୍ତି।
ନୋଜ୍ ରିଂ ହୁପ୍ର ଡିମାଣ୍ଡ ସବୁଠୁ ଅଧିକ। ଏହା ଟ୍ରାଡିଶନାଲରୁ ମଡର୍ନ ପର୍ଯ୍ୟନ୍ତ ସବୁ ପ୍ରକାର ଗେଟ୍ଅପ୍ ସହ ମ୍ୟାଚ୍ କରିଥାଏ। ଆପଣ ଚାହିଁଲେ ଡ୍ରେସ୍ର କଲର ସହିତ ମ୍ୟାଚ୍ କରି ବିଡ୍, କ୍ରିଷ୍ଟାଲ୍, ବ୍ଲାକ୍ ମେଟାଲ୍, କୁନ୍ଦନ ଭଳି ନୋଜ୍ ରିଂ ହୁପ୍ ପିନ୍ଧିପାରିବେ।
ଡିଫରେଣ୍ଟ ଏବଂ ଟ୍ରେଣ୍ଟି ଲୁକ୍ ପାଇଁ ସ୍ପେକ୍ଟ୍ରମ୍ ପିଅର୍ସିଂ କରିପାରିବେ। ଏଥିରେ ନାକର ମଝିରେ ଛୋଟ ରିଂ କିମ୍ବା ଓଠ ଆଡ଼କୁ ସାମାନ୍ୟ ଝୁଲିଥିବା ରିଂ ଲଗାଇପାରିବେ। ସେଥିରେ ପର୍ଲ, ଷ୍ଟୋନ୍ କିମ୍ବା ଗୋଲ୍ଡ ବଲ୍ ଆଦି ଭଲ ଲାଗିବ।
ଓ୍ବେଷ୍ଟର୍ନ ଆଉଟ ଫିଟ୍ ସହିତ ବୋଲ୍ଡ ଲୁକ୍ ପସନ୍ଦ କରୁଥିବା ଯୁବତୀମାନଙ୍କ ପାଇଁ ନୋଜ ବ୍ରିଜ୍ ପିଅର୍ସିଂ ବେଷ୍ଟ ଅପ୍ସନ, ଯାହାକି ବର୍ତ୍ତମାନ ଅନେକଙ୍କର ପସନ୍ଦ ପାଲଟିଛି। ଏଥିରେ ନାକର ଉପର ଭାଗ ବା ଦୁଇ ଆଖିର ମଝି ଥିବା ନାକରେ ଫୁଟାଯାଇ ନୋଜ୍ ଅର୍ନାମେଣ୍ଟ ଲଗାଯାଇଥାଏ।
ଆଣ୍ଟିକ୍ କିମ୍ବା ଷ୍ଟଡେଡ୍ ନୋଜ୍ ପିନ୍ ବି ଏବେ ଖୁବ୍ ଡିମାଣ୍ଡରେ ଅଛି। ଷ୍ଟୋନ୍ ଏବଂ ପର୍ଲ ନୋଜ୍ ପିନ୍ ବା ଷ୍ଟଡ୍ ମଧ୍ୟ ଅନେକେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।