Categories: ବାଣିଜ୍ୟ

ୟୁପିଆଇ ପରେ କ୍ରେଡିଟ୍‌ ସ୍କୋର ଲଞ୍ଚ କରିବ ଏନ୍‌ପିସିଆଇ, ସାଧାରଣ ଲୋକଙ୍କୁ ଏମିତି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ,୯।୨: ୟୁପିଆଇ ପରେ ଏନ୍‌ପିସିଆଇ ଅର୍ଥାତ୍‌ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛି । ପେମେଣ୍ଟ କର୍ପୋରେଶନ ନିଜର କ୍ରେଡିଟ ସ୍କୋର ଲଞ୍ଚ କରିବାକୁ ଯୋଜନା କରୁଛି, ଯାହା ପାଇଁ ଶୀଘ୍ର ପରୀକ୍ଷଣ ଆରମ୍ଭ ହୋଇପାରେ। ଏନ୍‌ପିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତ।

ବିଜନେସ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟରେ ଏନ୍‌ପିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣା ରାୟ କହିଛନ୍ତି ଯେ ଖୁବ ଶୀଘ୍ର କ୍ରେଡିଟ୍‌ ସ୍କୋରିଂ ସିଷ୍ଟମ ଆରମ୍ଭ ହୋଇପାରେ। ଏଥିପାଇଁ ଡିଜିଟାଲ ପେମେଣ୍ଟ ସ୍କୋର ଆଣିବାକୁ ଏନ୍‌ପିସିଆଇ ଏକ ଯୋଜନା ପ୍ରସ୍ତୁତ କରିଛି । ସେ କହିଛନ୍ତି ଯେ, ଦେଶର କ୍ରେଡିଟ୍‌ ସ୍କୋରିଂ ସିଷ୍ଟମରେ ଉନ୍ନତି ଆଣିବା ପାଇଁ ଏନ୍‌ପିସିଆଇର ଡିଜିଟାଲ ପେମେଣ୍ଟ ସ୍କୋରର ଲକ୍ଷ୍ୟ।

Share