Categories: ବାଣିଜ୍ୟ

ୟୁପିଆଇ ପେମେଣ୍ଟରେ ଏନ୍‌ପିସିଆଇର ନୂଆ ନିୟମ

ନୂଆଦିଲ୍ଲୀ, ୩୦।୩: ଦେଶରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ୟୁନିଫାଇଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏକ ବଡ଼ ଭୂମିକା ଗ୍ରହଣ କରିଛି। ଏଣିକି ମର୍ଚ୍ଚାଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନରେ ୧.୧% ପର୍ଯ୍ୟନ୍ତ ବିନିମୟ ଶୁଳ୍କ ଦେବାକୁ ପଡ଼ିବ, ଯାହା ଆସନ୍ତା ଏପ୍ରିଲ ମାସରୁ ଲାଗୁ ହେବ। ବୁଧବାର ଇନ୍ୟାଶନାଲ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଏ ସମ୍ପର୍କରେ ଜାରି ବିଜ୍ଞପ୍ତି ଅନୁସାରେ, ୟୁପିଆଇ ଜରିଆରେ ପ୍ରିପେଡ୍‌ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟସ୍‌ (ପିପିଆଇ) ବ୍ୟବହାର କଲେ ଏହି ଶୁଳ୍କ ଦେବାକୁ ପଡ଼ିବ।

୨୦୦୦ ଟଙ୍କାରୁ ଅଧିକ ଦେଣନେଣରେ ଏହି ଶୁଳ୍କ ଯୋଡ଼ାଯିବ। ବିଭିନ୍ନ ପ୍ରକାର ମର୍ଚାଣ୍ଟଙ୍କ ପାଇଁ ବିନିମୟ ଶୁଳ୍କ ୦.୫%ରୁ ୧.୧% ମଧ୍ୟରେ ରହିବ। ଟେଲିକମ୍‌, ଶିକ୍ଷା, ପୋଷ୍ଟ ଅଫିସ୍‌ ଉପରେ ଶୁଳ୍କ ୦.୭% ଧାର୍ଯ୍ୟ କରାଯାଇଥିବାବେଳେ ସୁପରମାର୍କେଟ୍‌ରେ ୦.୯% ରହିବ। ସେହିପରି ବୀମା,ଗଭର୍ନମେଣ୍ଟ ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ରେଳବାଇରେ ୧%, ଇନ୍ଧନରେ ୦.୫% ଏବଂ କୃଷି କ୍ଷେତ୍ରରେ ୦.୭% ବିନିମୟ ଶୁଳ୍କ ଆଦାୟ କରାଯିବ। ଅନ୍ୟପକ୍ଷେ ସାଧାରଣ ୟୁପିଆଇ ପେମେଣ୍ଟରେ କୌଣସ ଶୁଳ୍କ ଆଦାୟ କରାଯିବ ନାହିଁ।

Share