ଭୁବନେଶ୍ୱର,୧୮।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଜୁଏଲର୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏନ୍ଆର୍ଆଇ ସୁନା ଫେଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟ ୨୦୨୫ ଜାନୁଆରୀ ୫ ପର୍ଯ୍ୟନ୍ତ ଉପଲବ୍ଧ। ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ ରିହାତି ଅଫର ସହ ପୁରୁଣା ସୁନା ଉପରେ ପ୍ରତି ଗ୍ରାମ ପିଛା ୫୦ ଟଙ୍କାର ଅତିରିକ୍ତ ସୁବିଧା ସହ ଅନକଟ ହୀରା ଏବଂ ମୂଲ୍ୟବାନ୍ ପଥରର ମେକିଂ ଚାର୍ଜ ଉପରେ ଫ୍ଲାଟ ୨୫% ରିହାତି ଏବଂ ସେମାନଙ୍କ ପଥର ମୂଲ୍ୟ ଉପରେ ଫ୍ଳାଟ୍ ୨୫% ରିହାତି ଏହି ଫେଷ୍ଟ ସମୟ ମଧ୍ୟରେ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍ ଗ୍ରୁପ୍ର ଅଧ୍ୟକ୍ଷ ଜୟ ଆଲୁକ୍କାସ କହିଛନ୍ତି, ଉତ୍ସବକାଳୀନ ସମୟଗୁଡ଼ିକରେ ନୂଆ ନୂଆ ସ୍ମୃତି ସୃଷ୍ଟି କରିବା ପାଇଁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ଏପରିକି ଏନ୍ଆର୍ଆଇ ଗୋଲ୍ଡ ଫେଷ୍ଟ ଅଫର ଜରିଆରେ ଆମେ ଆମର ଅସାଧାରଣ ଅଳଙ୍କାରର ମାଲିକାନା ପାଇଁ ଅଦ୍ୱିତୀୟ ସୁଯୋଗ ଗ୍ରାହକଙ୍କ ପାଇଁ ଆଣି ଦେଇଥାଉ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।