Categories: ଫୁରସତ

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର ଭିଡିଓ ପଠାଇ ଛାଡ଼ପତ୍ର ଏହା କେବେ ଶୁଣିଛନ୍ତି କି ?  ବର୍ତ୍ତମାନ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିଦେଶରେ ଥାଇ ସ୍ତ୍ରୀଙ୍କୁ ତିନି ତଲାକ ଦେଇଛନ୍ତି ଏନଆର୍‌ଆଇ ସ୍ବାମୀ। ଲଣ୍ଡନରେ ଥିବା ମହିଳାଙ୍କ ସ୍ବାମୀ ଭିଡିଓ ପଠାଇ ତିନି ତଲାକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାଟି ଗୁଜରାଟ ନଭସାରୀର। ମହିଳା ଜଣକ ପ୍ରଥମେ ୨୦୦୬ରେ ନାଭସାରୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। କୌଣସି କାରଣରୁ ଉଭୟଙ୍କର ୨୦୧୮ରେ ଛାଡପତ୍ର ହୋଇଥିଲା। ପରେ ମହିଳାଜଣକ ୨୦୨୦ରେ ଡାବେଲ ଗାଁର ଫୈସଲ ପଟେଲଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ୫ମାସ ପରେ ପାରିବାରିକ ଅଶାନ୍ତି ଦେଖାଦେଇଥିଲା।
ପ୍ରାୟ ପାଞ୍ଚ ମାସ ପରେ ସ୍ବାମୀ ତାଙ୍କୁ ଟଙ୍କା ଦେବା ବନ୍ଦ କରିବା ସହ ହଇରାଣ କରିବା ଆରମ୍ଭ କରିଦେଲେ। ଛୋଟଛୋଟ କାରଣରୁ ୁ ସେ ତାଙ୍କୁ ମାଡ଼ ମାରୁଥିଲେ। ପଟେଲଙ୍କର ବ୍ରିଟେନର ଭିସା ଥିବାରୁ ସେ ପ୍ରାୟତଃ ଲଣ୍ଡନ ଯାଇ ସେଠାରେ କିଛି ମାସ କାମ କରି ପୁଣି ଫେରନ୍ତି। ତେବେ ସେଠାରେ ସେ ଅନ୍ୟଜଣଙ୍କୁ ବିବାହ କରିଥିବା ମହିଳା ଜାଣିବାକୁ ପାଇଲେ। ସେ ସେଠାରେ ସ୍ତ୍ରୀ ଏବଂ ପିଲାମାନଙ୍କ ସହ ରହୁଥିବା ଖବର ପାଇଲେ।
ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସ୍ବାମୀ ତାଙ୍କୁ ଏପ୍ରିଲ ମାସରେ ଏକ ଭିଡିଓ ପଠାଇ ତିନି ତଲାକ ଦେଇଥିଲେ। ଭିଡିଓ ପାଇବା ପରେ ସେ ତିନିମାସ ପାଇଁ ଇଦ୍ଦତ ଅବଧି ଅନୁସରଣ କଲେ । ଏହା ପରେ ସେ ସେପ୍ଟେମ୍ବର ୩ରେ ଲାଲଗେଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେପ୍ଟେମ୍ବର ୭ରେ ଏଫଆଇଆର୍‌ ପଞ୍ଜୀକୃତ କରିଛି।
ଅଭିଯୁକ୍ତ ଫୈସଲ ପଟେଲ ପୀଡିତାଙ୍କୁ ଶାରୀରିକ ତଥା ମାନସିକ ର୍ନିଯାତନା ଦେଇଥିବାର ଅଭିଯୋଗ ହୋଇଛି।
Share